Below header

ଇକ୍ୱାଡୋରରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ୨୪ ମୃତ, ୧୨ ନିଖୋଜ, ମାଟି ତଳେ ଫସିରହିଛି ଅନେକ ଜୀବନ

ଇକ୍ୱାଡୋରରେ ଭୟଙ୍କର ଭୂସ୍ଖଳନ। ରାଜଧାନୀ କ୍ୱିଟୋରେ ଭୂସ୍ଖଳନ ଯୋଗୁଁ ୨୪ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିବା ଯୋଗୁଁ ଅନେକ ଘର ମଧ୍ୟନଷ୍ଟ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ କ୍ଷତି ଘଟିଛି। କ୍ୱିଟୋ ସୁରକ୍ଷା ବିଭାଗ ତରଫରୁ ଜଣାପଡିଛି ଯେ, ଭୂସ୍ଖଳନ ଯୋଗୁଁ ୪୮ ଲୋକ ଆହତ ହୋଇଛନ୍ତି ୮ଟି ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। ଏହାଛଡା ଅନ୍ୟ କେତେକ ଘର ମଧ୍ୟକ୍ଷତିଗ୍ରସ୍ତ ହୋଇଛି। ୧୨ ଜଣ ଲୋକ ନିଖୋଜ ହେବାର ସୂଚନା ରହିଛି।

ସୂଚନା ଅନୁସାରେ, କ୍ୱିଟୋରେ ଲଗାତାର ୨୪ ଘଣ୍ଟା ବର୍ଷା ହେବା ପରେ ଏଭଳି ପରିସ୍ଥିତି ଦେଖାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ସହିତ ସ୍ଥାନୀୟ ଲୋକ ମଧ୍ୟ ସହାୟତା କରୁଛନ୍ତି। ଜଣେ ମହିଳା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ହଠାତ୍‌ ଘରୁ ଝରକା ଏବଂ କବାଟ ଦେଇ ପାଣି ପସିଯାଇଥିଲା। ଏହା ପରେ ଘର ଭାଙ୍ଗିବା ପୂର୍ବରୁ ସେ ଘରୁ ବାହାରି ଯାଇଥିଲେ। ଘର ଭାଙ୍ଗିବା ଯୋଗୁଁ ଲୋକେ ଏଣେତେଣ ଦୌଡୁଥିଲେ। ପାଣିରେ ଲୋକେ ଭାସି ଯାଇଥିଲେ ବୋଲି ସେ କହିଛନ୍ତି।

ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଲୋକଙ୍କୁ ଶାନ୍ତ ରହିବା ପାଇଁ କୁହାଯାଇଛି। ଭୂସ୍ଖଳନ ଯୋଗୁଁ ମାଟି ଅତଡା ତଳେ ଫସିଥିବା ଲୋକଙ୍କୁ ସ୍ୱର ଶୁଣି ସେମାନଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ପ୍ରଶାସନ କହିଛି। କ୍ୱିଟୋର ମେୟର ସୋଟିଗୋ ଗୋରଡେରାସ କହିଛନ୍ତି, ବର୍ଷା ଯୋଗୁଁ ମାଟି ଜମା ହୋଇଥିଲା ଯାହା ଫଳରେ ଭୂସ୍ଖଳନ ହୋଇଥିଲା। ଜୀବନ ସହିତ ଗାଡି, ଘର ସବୁକିଛି ମାଟି ତଳେ ଫସିରହିଛି। ସ୍ଥାନୀୟ ଲୋକେ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.