୫୭ଟି ଦେଶକୁ ବ୍ୟାପିଲାଣି ଓମିକ୍ରନ୍‌ର ନୂଆ ଭ୍ୟାରିଆଣ୍ଟ BA.2 : WHO

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱରେ ବ୍ୟାପିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଓମିକ୍ରନର ସବ୍ ଭାରିଆଣ୍ଟକୁ ନେଇ ଲୋକଙ୍କୁ ଚେତାଇଥିଲେ । ଏହି ପରିପ୍ରେକ୍ଷୀରେ ଗତକାଲି ହୁ’ ପକ୍ଷରୁ କୁହାଯାଇଛି ଯେ, ଓମିକ୍ରନ୍ ର ସବ୍-ଭାରିଆଣ୍ଟ୍ ବର୍ତ୍ତମାନ ବିଶ୍ୱର ୫୭ଟି ଦେଶରେ ବ୍ୟାପିସାରିଛି । ଆହୁରି ମଧ୍ୟ କହିଛି ଯେ, ଓମିକ୍ରନ ଠାରୁ ବି କ୍ଷତିକାରଣ ହେଉଛି ତାର ସବ୍-ଭାରିଆଣ୍ଟ୍ । ୧୦ ସପ୍ତାହ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହେବା ପରଠାରୁ ଓମିକ୍ରନ୍ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଏହାର ସାପ୍ତାହିକ ଏପିଡେମୋଲୋଜିକାଲ୍ ଅପଡେଟ୍ ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଗତ ମାସରେ ସଂଗୃହିତ ସମସ୍ତ କରୋନାଭାଇରସ୍ ନମୁନାର ୯୩ ପ୍ରତିଶତରୁ ଅଧିକ ସମ୍ଭାବନା ଥିବା କୁହାଯାଇଛି। ତେଣୁ ଭାଇରସର ଏକାଧିକ ଭର୍ସନ ତଥା BA.1, BA.1.1, BA.2 ଏବଂ BA.3. ଆସିବା ନେଇ ଗବେଣାରୁ ଜଣାପଡ଼ିଛି। ଏବେ BA.1 ଏବଂ BA.1.1 ଭର୍ସନ ଚିହ୍ନଟ କରାଯାଛି। ତବେ BA.2 ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ଅଗ୍ରସର ହେଉଥିବା ବିଶ୍ୱସ୍ଥ୍ୟାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଏହି ଭେରିଏଣ୍ଟ ଓମିକ୍ରନ୍ ପରି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହାକୁ ଚିହ୍ନଟ କରି ନପାରିଲେ ଏହାର ସଂକ୍ରମଣକୁ ରୋକିବା ଚ୍ୟାଲେଞ୍ଜିଂ ହୋଇପଡିବ। ସବୁଠୁ ବଡ କଥା ହେଲା ଟେଷ୍ଟ କିଟ୍ ରେ ବି ଏହା ଧରା ପଡୁନାହିଁ । ତେଣୁ ଏହାକୁ ‘ଷ୍ଟେଲଥ୍‌‘ ଅର୍ଥାତ୍ ଲୁଚି ରହିଥିବା ଭେରିଏଣ୍ଚ (ପ୍ରକାର)କୁହାଯାଉଛି । ଏହି ନୂତନ ଭେରିଏଣ୍ଟର ମାମଲା ପ୍ରଥମେ କେଉଁଠି ଦେଖା ଦେଇଥିଲା ତାହା ଜଣା ପଡିନାହିଁ । ବ୍ରିଟେନ ସ୍ଵାସ୍ଥ୍ୟ ସୁରକ୍ଷା ସଂସ୍ଥା ଅନୁସାରେ ବ୍ରିଟେନରେ ପ୍ରଥମ ଥର ପାଇଁ ୬ ଡିସେମ୍ବର ୨୦୨୧ରେ ‘ଷ୍ଟେଲ୍ଥ‘ ଭେରିଏଣ୍ଟ ବିଷୟରେ ଜଣା ପଡିଥିଲା । କରୋନାର ଏହି ନୂଆ ଭେରିଏଣ୍ଟ ଓମିକ୍ରନ ପରି ଅଟେ । ଓମିକ୍ରନ ପରି ଏହାକୁ ଜେନେଟିକ୍ ସିକ୍ଵେନ୍ସିଂ ଦ୍ଵାରା ଚିହ୍ନଟ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.