Below header

ଦୁଇ ପ୍ରତିପକ୍ଷ ସମିତିସଭ୍ଯ ପ୍ରାର୍ଥୀ ଭାବେ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି ୨ଟି ଘରୋଇ ଶିକ୍ଷାନୁଷ୍ଠାନର ମୁଖ୍ଯ

ଭଞ୍ଜନଗର(କେନ୍ଯୁଜ୍): ଦୁଇଟି ଚେହେରା, ହେଲେ ଗୋଟିଏ ଲକ୍ଷ । ରାଜନୀତି ରୁ ଆରମ୍ଭ କରିଥିଲେ , ନିଜ ପରିଚୟ । ପରବର୍ତ୍ତୀ ସମୟରେ ରାଜନୀତିରୁ ଦୂରେଇ , ଉଭୟେ ନିଜ ନିଜ ଉଦ୍ୟମରେ ପ୍ରତିଷ୍ଠା କଲେ ଭିନ୍ନ ଭିନ୍ନ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନ । ଅଞ୍ଚଳରେ ଶିକ୍ଷାର ବିକାଶ ପ୍ରତି ଗୁରୁତ୍ବ ଦେଲେ । ଦୀର୍ଘ ବର୍ଷ ପରେ , ଏବେ ସେମାନେ ପୁଣି ରାଜନୀତିକୁ ଓହ୍ଲାଇଛନ୍ତି । ତାହା ପୁଣି ଗୋଟିଏ ପଞ୍ଚାୟତରେ , ଗୋଟିଏ ପଦବୀ ପାଇଁ।ଦୁଇ ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ହୋଇଛନ୍ତି ।

ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ଜଣେ କୁଞ୍ଜବିହାରୀ ନାୟକ ଆଉ ଜଣେ ଶିବରାମ ପାଢ଼ୀ । ଉଭୟେ ସମିତି ସଭ୍ଯ ପ୍ରାର୍ଥୀ ଭାବେ ର୍ନିବାଚନକୁ ଓହ୍ଲାଇଛନ୍ତି ନିଜ ନିଜ ସମର୍ଥକଙ୍କୁ ନେଇ । ଘରକୁ ଘର ବୁଲି , ନିଜ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି । ଯଦିଓ ପ୍ରଚାର କାର୍ଯ୍ଯ ଆଡ଼ମ୍ବରପୂର୍ଣ୍ଣ କିମ୍ବା ଡ଼ାକବାଜିଯନ୍ତ୍ର ରେ ହୋ,ହାଲ୍ଲା ହୋଇନାହିଁ , ତଥାପି ଭୋଟରଙ୍କ ହାତରେ ପ୍ରଚାରପତ୍ର ଦେଇ ସମର୍ଥନ ହାତେଇବାକୁ ଲାଗିପଡିଛନ୍ତି । ଚଳିତ ନିର୍ବାଚନରେ ଏହି ପଞ୍ଚାୟତର ସମିତି ସଭ୍ଯ ଆସନ ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ , ଉଭୟଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଏକ ସୁଯୋଗ ସୃଷ୍ଟି କରିଛି ।

କ୍ଷତ୍ରିୟବରପୁର ପଞ୍ଚାୟତର ସରପଞ୍ଚ ଆସନ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବାରୁ , ଏହି ପଦବୀ ମଧ୍ୟ ଦ୍ଵିମୁଖୀ ପ୍ରତିଦ୍ଵନ୍ଦିତା ହେଉଛି । ଗତ ର୍ନିବାଚନରେ ଏହି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର କୁମାର ଗୈାଡ , ଏବେ ନିଜ ପତ୍ନୀ ସୁନିତା କୁମାରୀ ଗୈାଡ ଙ୍କୁ ପ୍ରାର୍ଥୀ କରାଇଛନ୍ତି । ସେହିଭଳି ପ୍ରତିଦ୍ଵନ୍ଦୀ ପ୍ରାର୍ଥନୀ କମଳ କୁମାରୀ ପ୍ରଧାନ , ପ୍ରଥମ କରି ପ୍ରାର୍ଥୀ ହୋଇଛନ୍ତି । ଉଭୟେ ନିଜନିଜ ଦଳୀୟ ସମର୍ଥକ ଙ୍କୁ ନେଇ ଭୋଟ ଯୋଗାଡ଼ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ସଂପୃକ୍ତ ପଞ୍ଚାୟତ ବେଲଗୁଣ୍ଠା ବ୍ଳକର ୪୮ ନମ୍ବର ଜିଲ୍ଲାପରିଷଦ ଜୋନ୍‌ ରେ ଆସୁଥିବାରୁ , ଉଭୟ ବିଜେଡି ଓ ବିଜେପି ସମର୍ଥୀତ ଜିଲ୍ଲାପରିଷଦ ପ୍ରାର୍ଥୀ ମଧ୍ୟ , ସରପଞ୍ଚ ଓ ସମିତି ପ୍ରାର୍ଥୀଙ୍କ ସହ ପ୍ରାୟତଃ ଯୋଡ଼ି ହୋଇ ରହୁଛନ୍ତି । କାରଣ ଚର୍ଚ୍ଚାରେ ରହିଥିବା ଦୁଇ ଶିକ୍ଷାବିତ୍ ତଥା ସମିତିସଭ୍ଯ ପ୍ରାର୍ଥୀଙ୍କ ଜରିଆରେ ଭୋଟରଙ୍କ ଠାରୁ ଅଧିକ ଭୋଟ ପାଇବାର ସମ୍ଭାବନାକୁ , ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି । ଏହାସହ ଦୁଇ ପ୍ରତିଦ୍ଵନ୍ଦୀ ଜିଲ୍ଲାପରିଷଦ ପ୍ରାର୍ଥୀ ନିଜନିଜ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସଫଳତାକୁ ନେଇ ,ଲୋକଙ୍କୁ ମନାଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି ।ଏବେ ଭୋଟରଙ୍କ ଦୁଆରେ ନେତା । ନିଜ ସପକ୍ଷରେ ସମର୍ଥନ ଲୋଡୁଛନ୍ତି। ଭୋଟର ବି ନେତାଙ୍କ କହିବା କଥାକୁ ପରଖୁଛନ୍ତି ଏବଂ କିଏ କ’ଣ ବିକାଶ କରିଛି , ତାକୁ ହିସାବ କରୁଛନ୍ତି । ଦେଖାଯାଉ କଣ ହେଉଛି ଫଳାଫଳ।

 

ଭଞ୍ଜନଗରରୁ ରତ୍ନାକର ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.