ଅପରାହ୍ନ ୧୨ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌: ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ନିର୍ବାଚନ କମିଶନରଙ୍କ ପ୍ରେସମିଟ୍‌ । ଅପରାହ୍ନ ୧୨ଟା ୩୦ରେ ସାମ୍ବାଦିକ ସମ୍ମିଳନୀା ପଞ୍ଚାୟତ ନିର୍ବାଚନରେ କୋହଳ ହୋଇପାରେ କଟକଣା । କ’ଣ କୋହଳ ହେବ, ସେନେଇ ରାଜ୍ୟ ନିର୍ବାଚନ କମିଶନର ଦେବେ ସୂଚନା । ଗତ ୧୯ ତାରିଖରୁ ରାଜ୍ୟରେ ଲଗାତର ଦୈନିକ କରୋନା କେସ୍‌ କମିବାରେ ଲାଗିଛି। ଏବେ ୪ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ଏହା ଭିତରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ପ୍ରଚାର କଟକଣା କୋହଳ କରିଛନ୍ତି।

ସର୍ବାଧିକ ହଜାରେ ଲୋକଙ୍କୁ ରାଲି ପାଇଁ ଅନୁମତି ଦେଇଛନ୍ତି । ଇନଡୋର ହଲରେ ସଭା ପାଇଁ ସର୍ବାଧିକ ୫ଶହ ଲୋକଙ୍କୁ ଅନୁମତି ମିଳିଛି। ଏହା ସହ ଡୋର ଟୁ ଡୋର କ୍ୟାମ୍ପେନିଂ ପାଇଁ ୨୦ ଜଣ ଲୋକଙ୍କୁ ଅନୁମତି ଦେଇଛନ୍ତି ନିର୍ବାଚନ ଆୟୋଗ। ଏହାକୁ ନଜରରେ ରଖି ରାଜ୍ୟ ନିର୍ବାଚନ କମିଶନ କଟକଣାକୁ କୋହଳ କରିବା ପାଇଁ ରାଜନୈତିକ ଦଳ ଦାବି କରିଛନ୍ତି ।