ଶେହନାଜ ଗିଲଙ୍କୁ ଫିଲ୍ମ ‘ପୁଷ୍ପା’ ପାଇଁ କପି କରିଥିଲେ ଅଲ୍ଲୁ ଅର୍ଜୁନ, ଦେଖନ୍ତୁ ଭିଡିଓ

ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ କ୍ରେଜ୍‌ ଲୋକଙ୍କ ଭିତରେ ବଢିବାରେ ଲାଗିଛି। ଫିଲ୍ମର ଗୀତ ଠାରୁ ଆରମ୍ଭ କରି ଡାଇଲଗ ପର୍ଯ୍ୟନ୍ତ ଫ୍ୟାନ୍ସ ସୋସିଆଲ ମିଡିଆରେ ରିଲସ କରିଲାଗିଛନ୍ତି। ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ ଲୋକଙ୍କୁ ପାଗଳ କରିଦେଉଛି। ଏବେ ଫିଲ୍ମ ସହିତ ଜଡିତ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଡାଇଗଲ ପୂର୍ବରୁ ଶେହନାଜ ଗିଲ ବିଗ୍‌ବସ୍‌ ୧୩ ହାଉସରେ କରିଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଶେହନାଜ ଗିଲ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି। ଏହି ଭିଡିଓ କ୍ଲିପରେ ସଲମାନଙ୍କ ଶୋ ବିଗବସ୍‌ ୧୩ର ବୋଲି ଜଣାପଡିଛି। ଶେହନାଜ ଏମିତି ଷ୍ଟାଇଲ କରିଛନ୍ତି, ଯେପରି ପୁଷ୍ପା ଫିଲ୍ମରେ ଅଲ୍ଲୁ ଅୁର୍ଜନ କରିଥିବା ନଜର ଆସିଛନ୍ତି। ଶେହନାଜ ବିଲକୁଲ ଅଲ୍ଲୁଙ୍କ ଷ୍ଟାଇଲ କରି ବେକ ପାଖରେ ହାତ ରଖିଥିବା ଷ୍ଟାଇଲ କରିଛନ୍ତି। ଏହି ଭିଡିଓ ଦେଖି ଶେହନାଜ ଗିଲ୍‌ ଫ୍ୟାନ୍ସ ଦେଖି ଖୁସି ହୋଇଛନ୍ତି।

 

View this post on Instagram

 

A post shared by SIDNAAZ♡ (@sidnaaz_jellybean)

ୟୁଜର୍ସ କହିଛନ୍ତି, ‘ପୁଷ୍ପା’ର ଷ୍ଟାଇଲ ଶେହନାଜ ୨୦୧୯ ମସିହାରେ ହିଁ କରିଦେଇଥିଲେ। ପୁଷ୍ପା ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମର ହିନ୍ଦୀ ଭର୍ସନ ପ୍ରଥମ ଦିନରେ ୩ କୋଟି ଟଙ୍କା ଆୟ କରିଥିଲା। ଫିଲ୍ମଟି ରିଲିଜ ହେବାର କିଛି ଦିନ ପରେ ମେକର୍ସ ଏହାକୁ ଓଟିଟି ପ୍ଲାଟଫର୍ମରେ ଏହାକୁ ଲଞ୍ଚ କରିଥିଲେ।