ଝାଡ଼ଖଣ୍ଡ ରାଜନୀତିରେ ଅସ୍ଥିରତା: ଜମି ଦୁର୍ନୀତି ମାମଲାରେ ଗିରଫଦାରି ଭୟ, ପଦ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଝାଡ଼ଖଣ୍ଡ ରାଜନୀତିରେ ଅସ୍ଥିରତା । ପଦ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଜମି ଦୁର୍ନୀତି ମାମଲାରେ ଗିରଫଦାରି ଭୟ ବଢିଛି । ହେମନ୍ତ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଜମି ଦୁର୍ନୀତି ମାମଲାରେ ଜେରାର ସାମନା କରିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଆଜି ଦିନ ଗୋଟାଏରେ ସରକାରୀ ବାସଭବନରେ ତାଙ୍କ ବୟାନ ରେକର୍ଡ ହେବ ।

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ରାଜନୀତିରେ ଅସ୍ଥିରତା । ପଦ ଛାଡ଼ି ପାରନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜମି ଦୁର୍ନୀତି ମାମଲାରେ ଗିରଫଦାରି ଭୟ ବଢିଛି । ହେମନ୍ତ ସୋରେନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ଜମି ଦୁର୍ନୀତି ମାମଲାରେ ଜେରାର ସାମନା କରିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଆଜି ଦିନ ଗୋଟାଏରେ ସରକାରୀ ବାସଭବନରେ ତାଙ୍କ ବୟାନ ରେକର୍ଡ ହେବ । ଇଡିର ପଚରାଉଚରା ପାଇଁ ହେମନ୍ତଙ୍କ ସରକାରୀ ବାସଭବନ, ଇଡି କାର୍ଯ୍ୟାଳୟ ଓ ରାଜଭବନର ଶହେ ମିଟର ପରିସରରେ ୧୪୪ ଧାରା ଜାରି କରାଯାଇଛି । ପଚରାଉଚରା ପରେ ହେମନ୍ତ ସୋରେନ୍ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା ବଢ଼ିଛି । ତେଣୁ ଆଜି ଝାଡ଼ଖଣ୍ଡ ରାଜନୀତିରେ ଉପରେ ରହିବ ସମସ୍ତଙ୍କର ନଜର ।

ଜମି ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦଶମ ଥର ହେମନ୍ତ ସୋରେନଙ୍କୁ ସମନ କରିଛି ଇଡି । ହେମନ୍ତ ସୋରେନ୍ ଗିରଫ ହେଲେ ତାଙ୍କ ସ୍ଥାନରେ ପତ୍ନୀ ତଥା ଓଡ଼ିଆ ଝିଅ କଳ୍ପନା ମୁର୍ମୁ ସୋରେନ୍ ହୋଇପାରନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ । ଏନେଇ ଯୋଜନା ହୋଇଥିବା ସୂଚନା ମିଳିଛି । ଜେଏମଏମ୍ ଓ ସହଯୋଗୀ ଦଳର ନେତାମାନେ ମଧ୍ୟ ବିଚାରବିମର୍ଶ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ ପରେ ପ୍ରାୟ ୨ଦିନ ଧରି ନିଖୋଜ ଥିବା ହେମନ୍ତ ସୋରେନ ଗତକାଲି ରାଞ୍ଚିରେ ଜେଏମଏମ ବିଧାୟକ ଦଳ ବୈଠକରେ ଯୋଗ ଦେଇଥିଲେ । ବୈଠକରେ କଳ୍ପନା ସୋରେନ ବି ଉପସ୍ଥିତ ଥିଲେ । ଓଡ଼ିଆ ଝିଅ କଳ୍ପନାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତେନ୍ତେଳା ଗାଁରେ । ୨୦୦୬ ଫେବ୍ରୁଆରୀରେ ହେମନ୍ତ ସୋରେନଙ୍କ ସହ ତାଙ୍କ ବିବାହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.