ପାଖରେ ରହିଛି ୯୮ଲକ୍ଷ କୋଟିର ସମ୍ପତ୍ତି, କିନ୍ତୁ କିଛି ମନେ ନାହିଁ

ଜାପାନରେ ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଯାହାକି ସରକାରଙ୍କ ଚିନ୍ତାର କାରଣ ପାଲଟିଛି। ୨୦୧୮ ମାର୍ଚ୍ଚରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ଯେଉଁଥିରୁ ଜଣାପଡ଼ିଛି, ପାଖାପାଖି ୯୮ଲକ୍ଷ କୋଟି ଟଙ୍କା ଥାଇ ବି କୌଣସି କାମରେ ଆସି ପାରୁ ନାହିଁ। କାରଣ ଏହି ଟଙ୍କାର ମାଲିକଙ୍କୁ ଏହି ସମ୍ପତ୍ତି ବିଷୟରେ କିଛି ମନେ ନାହିଁ। ଯାହାକି ସରକାରଙ୍କ ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଯାହାର କାରଣ ହେଉଛି ଏକ ରୋଗ।

japan1ଏକ ରିପୋର୍ଟ ମୁତାବକ, ଏହି ସମ୍ପତ୍ତିର ମାଲିକ ହେଉଛନ୍ତି ଜଣେ ବୃଦ୍ଧ। ଯିଏକି ଡିମେନସିୟା ରୋଗରେ ପୀଡିତ। ତାଙ୍କର ଡିମେନସିୟା ଏତେ ମାତ୍ରାରେ ବୃଦ୍ଧି ପାଇଛି କି ତାଙ୍କୁ କିଛି କଥା ମନେ ହିଁ ପଡ଼ୁ ନାହିଁ । ଏହି ସମ୍ପତ୍ତି କେତେ ଓ ତାକୁ କେଉଁଠି ରଖିଛନ୍ତି ସଠିକ୍ ଭାବେ କିଛି କହି ପାରୁ ନାହାନ୍ତି। ବୃଦ୍ଧଙ୍କ ଏହି ରୋଗ କାରଣରୁ କେବଳ ଯେ ଜାପାନ ସରକାରଙ୍କ ଚିନ୍ତାର କାରଣ ପାଲଟିଛି ତାହା ନୁହେଁ, ତାଙ୍କ ପରିବାରଲୋକ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।

japan1ତେବେ ଏହି ରିପୋର୍ଟ ଦାଇ-ଇଚି ଲାଇଫ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଜରିଆରେ ସାମ୍ନାକୁ ଆସିଛି। ଏହି ସମ୍ପତ୍ତି ଜାପାନର ଅର୍ଥନୀତିର ଏକ ତୃତୀଅଂଶ ପାଖାପାଖି ହେବ ବୋଲି ଅନୁମାନ କରାଯାଇଛି। ଏହି ଟଙ୍କା ଜାପାନର ଇକୋନୋମୀର ତ୍ରୁତୀୟାଂଶ ସହିତ ସମାନ ଅଟେ। ଜାପାନ ସରକାର ଚାହୁଁଛନ୍ତି ଯେ ଏହି ଟଙ୍କା ଏବଂ ସମ୍ପତ୍ତି ନେଣଦେଣରେ ସାମିଲ ହେଉ। ଯାହା ଦ୍ବାରା ଅର୍ଥ ବ୍ୟବସ୍ତାରେ ମୁଦ୍ରାର ପ୍ରବାହ ଲାଗି ରହୁ। ବୃଦ୍ଧଙ୍କର ପରିଜନ ମାନେ ତାଙ୍କ ସମ୍ପତ୍ତିକୁ ହଡପ କରିନେଉଛନ୍ତି। ଜାପାନର କେତେକ କମ୍ପାନି ଏବେ ବିଶେଷ ଫଣ୍ଡ ତିଆରି କରିବାକୁ ପ୍ରସ୍ତୁତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.