Below header

#MeToo ଜାଲରେ ବଲିଉଡ୍ ଟାଇଗର୍, ସଲମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ

#MeToo  ଜାଲରେ ବଲିଉଡ୍ ଟାଇଗର୍ । ସୁଲତାନଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ବଲିଉଡର ଦବଙ୍ଗ ହିରୋ ସଲମାନଙ୍କ ବିରୋଧରେ ଲାଗିଛି ଦୁଷ୍କର୍ମ ପରି ସାଙ୍ଘାତିକ ଆରୋପ । କେବଳ ସଲମାନ ନୁହଁନ୍ତି ତାଙ୍କର ଦୁଇ ଭାଇ ଅରବାଜ୍ ଏବଂ ସୋହେଲଙ୍କ ବିରୋଧରେ ହୋଇଛି ସମାନ ଅଭିଯୋଗ ।

salman khan _ brothersସଲମାନଙ୍କ ବିରୋଧରେ ଅଭିଯୋଗ ଆଉ କେହି ନୁହେଁ ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ପୂଜା ମିଶ୍ରା କରିଛନ୍ତି । ସିନେମା ’ସୁଲତାନ’ର ସୁଟିଂ ସମୟରେ ଏହି ତିନି ଭାଇ ତାଙ୍କର ଦୁଷ୍କର୍ମ କରିଥିବା କହିଛନ୍ତି ପୂଜା । କେବଳ ସେତିକି ନୁହେଁ ପୂଜା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ମଧ୍ୟ ଲଗାଇଛନ୍ତି ସଙ୍ଗାନ ଅଭିଯୋଗ । ପୂଜା କହିଛନ୍ତି ଶତ୍ରୁଘ୍ନ ସିହ୍ନା ତାଙ୍କ ଉପରେ କଳା ଯାଦୁ କରିଛନ୍ତି ।

ଏହା ସହ ତାଙ୍କର ଫୋନ୍ ଏବଂ ଲାପଟପ୍ ହ୍ୟାକ୍ କରି କ୍ରିଏଟିଭ୍ ଆଇଡିଆ ଚୋରାଇ ନେଇଛନ୍ତି ଶତ୍ରୁଘ୍ନ ସିହ୍ନା । ଯେବେଠାରୁ ଶତ୍ରୁଘ୍ନ କଳା ଯାଦୁ କରିଛନ୍ତି ସେବେଠାରୁ ତାଙ୍କୁ ଭୂତ ଡରାଉଛନ୍ତି । ଏନେଇ ପୂଜା ଏକ ଭିଡିଓ ସୋୟର୍ କରିଛନ୍ତି । ଯାହା ଉପରେ ୟୁଜର୍ କେମଂଟ୍ କରିବା ଆରମ୍ଭ କରିଦେଇଛନ୍ତି । କେବଳ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ପୂଜା ଏପରି କରିଥିବା କହିଛନ୍ତି ୟୁଜର୍ ।

 

 

View this post on Instagram

 

For full video hit the link https://m.facebook.com/story.php?story_fbid=287332405454054&id=100025318896684

A post shared by pooja misra (@poojamisraproduction) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.