ଏମ୍‌.ଜେ ଆକବରଙ୍କ ମାନହାନି ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌. ଜେ. ଆକବରଙ୍କ ମାନହାନୀ ମାମଲାକୁ ବିଚାର ପାଇଁ ଗ୍ରହଣ କଲେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଏହି ମାମଲାର ପ୍ରଥମ ଶୁଣାଣି ଆସନ୍ତା ଅକ୍ଟୋବର ୩୧ ତାରିଖରେ ହେବ । ସେଦିନ ହାଜିର ହେବାକୁ ଉଭୟ ଏମ.ଜେ ଆକବର ଓ ସାମ୍ବାଦିକ ପ୍ରିୟା ରମାନୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟଙ୍କ ବୟାନ ରେକର୍ଡ ପରେ ଏହାକୁ ତର୍ଜମା କରାଯିବ ।

ମି-ଠୁ ଅଭିଯାନରେ ପ୍ରଥମେ ସାମ୍ବାଦିକା ପ୍ରିୟା ରମାନୀ ଟ୍ଵିଟ୍‌ କରି ଆକବରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ରମାନିଙ୍କ ପରେ ଆକବରଙ୍କ ବିରୋଧରେ ୧୫ରୁ ଅଧିକ ମହିଳା ସାମ୍ବାଦିକା ସମାନ ଅଭିଯୋଗ ଆଣିଥିଲେ । ଏମଜେ ଆକବରଙ୍କ ପକ୍ଷରୁ ରମାନିଙ୍କ ବିରୋଧରେ ଫୌଜଦ୍ଦାରୀ ମାନହାନୀ ମାମଲା ଦାୟର କରଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା ଲଢୁଛନ୍ତି ।

priya-ramani-mj-akbar

ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରି ଗୀତା ଲୁଥ୍ରା କହିଛନ୍ତି ଯେ, ରମାନିଙ୍କ ଟ୍ଵିଟ ଯୋଗୁଁ ଏମଜେ ଆକବରଙ୍କ ସମ୍ମାନହାନୀ ହୋଇଛି । ଏହି ମାମଲାର ପ୍ରଥମ ଶୁଣାଣି ଆସନ୍ତା ୩୧ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ମି-ଠୁ ଅଭିଯୋଗରେ ଏମ୍‌.ଜେ.ଆକବର ଛନ୍ଦି ହେବା ପରେ ଗତକାଲି ବୈଦେଶିକ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏମଜେ ଆକବର । ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଗ୍ରହଣ କରିନେଇଛନ୍ତି ।

ରାଜନୀତିରେ ପ୍ରବେଶ ପୂର୍ବରୁ ବରିଷ୍ଠ ସାମ୍ବାଦିକ ଥିଲେ ଏମ୍‌ଜେ ଆକବର । ପ୍ରତିଷ୍ଠିତ ଇଂରାଜୀ ଖବର କାଗଜରେ ଏଡିଟର ଥିଲେ । ଯେଉଁ ମହିଳାମାନେ ଅଭିଯୋଗ ଆଣିଛନ୍ତି ସେମାନେ ସମସ୍ତେ ସାମ୍ବାଦିକା । ଆକବରଙ୍କ ସହ କାମ କରିଛନ୍ତି କିମ୍ବା କାମ ପାଇଁ ତାଙ୍କ ଇଣ୍ଟରଭ୍ୟୁର ସମ୍ମୁଖୀନ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.