ରାଜନୈତିକ ଦଳ ମୁଖ୍ୟଙ୍କୁ ମାନେକା ଗାନ୍ଧିଙ୍କ ଚିଠି

ନୂଆଦିଲ୍ଲୀ : ରାଜନୈତିକ ଦଳରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ପ୍ରସ୍ତାବ । ସବୁ ରାଜନୈତିକ ଦଳ ଗୋଟିଏ ଗୋଟିଏ କାର୍ଯ୍ୟାଳୟ। ଏଥିରେ ମଧ୍ୟ ଶହ ଶହ ସଂଖ୍ୟାରେ ମହିଳା କାର୍ଯ୍ୟ କରିଥାନ୍ତି । ତେଣୁ ସେମାନଙ୍କ ପାଇଁ ଏକ ଭଲ ବାତାବରଣ ସୃଷ୍ଟି କରିବା ଦରକାର ବୋଲି ମାନେକା ଗାନ୍ଧି କହିଛନ୍ତି। ଯୌନ ନିର୍ଯାତନା ଭଳି ଘଟଣା ସଂପର୍କରେ ଏହି ଆଭ୍ୟନ୍ତରୀଣ କମିଟି ରାଜନୈତିକ ଦଳଗୁଡିକ କରିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଦେଶରେ ବର୍ତ୍ତମାନ ୬ଟି ଜାତୀୟ ସ୍ତରର ରାଜନୈତିକ ଦଳ ଥିବା ବେଳେ ୯୦ଟି ଛୋଟ ଛୋଟ ରାଜନୈତିକ ଦଳ ଅଛନ୍ତି।

ତେବେ ସୁପ୍ରିମକୋର୍ଟ ସବୁ କାର୍ଯ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଭଳି ଘଟଣା ରୋକିବା ନେଇ ସୁପ୍ରିମକୋର୍ଟ ବିଶାଖା ମାମଲାରେ ଗାଇଡ ଲାଇନ ମଧ୍ୟ ଦେଇଛନ୍ତି। ଏହି ଗାଇଡ ଲାଇନକୁ ସବୁ କାର୍ଯ୍ୟାଳୟରେ କାର୍ଯ୍ୟାକାରୀ କରିବାକୁ ନିର୍ଦ୍ଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.