Below header

ନିର୍ମାଣଧୀନ ବିଲ୍ଡିଂରୁ ଖସିଲା ଲିଫ୍ଟ, ଘଟଣାସ୍ଥଳରେ ହିଁ ୪ ମୃତ

ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ା ବିସରଖ ଥାନା ଅଞ୍ଚଳରେ ଗୌର ସିଟି ନିକଟରେ ଆମ୍ରପାଲି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାରି ମଧ୍ୟରେ ଏହି ବିଲ୍ଡିଂର ଲିଫ୍ଟ ହଠାତ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ତରପ୍ରଦେଶର ଗ୍ରେଟର ନୋଏଡ଼ାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣଧୀନ ବିଲ୍ଡିଂର ଲିଫ୍ଟ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣା ପଡ଼ିଛି । ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ଘେଲିଯାଇଛି । ଅନ୍ୟପଟେ ଏହି ଘଟଣାରେ ଅନେକ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

କୁହାଯାଉଛି ଯେ, ବିସରଖ ଥାନା ଅଞ୍ଚଳରେ ଗୌର ସିଟି ନିକଟରେ ଆମ୍ରପାଲି ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାରି ମଧ୍ୟରେ ଏହି ବିଲ୍ଡିଂର ଲିଫ୍ଟ ହଠାତ ଖସି ପଡ଼ିଥିଲା । ଘଟଣା ପରେ ଦୁର୍ଘଟଣାସ୍ଥଳରେ ଭିଡ଼ ଲାଗିଥିଲା । ଅନ୍ୟ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଖବର ସ୍ଥାନୀୟ ପୋଲିସକୁ ଦିଆଯାଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଡାକ୍ତରଙ୍କ ଏକ ଟିମ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.