Below header

ଖେଳୁଥିବା ବେଳେ ହଠାତ୍‌ ଗାଏବ ହୋଇଗଲା ୨ ବର୍ଷର ଶିଶୁ, ଆଜି ପୋଖରୀରୁ ମିଳିଲା ମୃତଦେହ

ପୋଖରୀରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁର ମୃତଦେହ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି। ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍‌ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପରିତ୍ଯକ୍ତ ପୋଖରୀରୁ ମିଳିଲା ମୃତଦେହ।

ଜଳେଶ୍ୱର (କେନ୍ୟୁଜ): ପୋଖରୀରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁର ମୃତଦେହ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି। ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍‌ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ ପରିତ୍ଯକ୍ତ ପୋଖରୀରୁ ମିଳିଲା ମୃତଦେହ।

ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ କୁଶୁଡିହା ଗ୍ରାମର ଅରୁଣ ଜେନାଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ଗତକାଲି ଘର ବାରଣ୍ଡାରେ ମୋବାଇଲ ଧରି ଖେଳୁଥିବା ବେଳେ ନିଖୋଜ ହୋଇ ଯାଥିଲା। ପରିବାର ଲୋକ ବହୁ ଖୋଜା ଖୋଜି କରି ମଧ୍ଯ କୌଣସି ସନ୍ଧାନ ପାଇ ନଥିଲେ। ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଆଜି ସକାଳେ ଗ୍ରମାର ଏକ ପରିତ୍ୟକ୍ତ ପୋଖରୀରେ ଶିଶୁଟିର ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂରରେ ଥିବା ଏହି ପରିତ୍ୟକ୍ତ ପୋଖରୀକୁ ସେ କେମିତି ଆସିଲା ତାହା ଏବେ ସନ୍ଦେହ ଘେରରେ ରହିଛି। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଠଣାର ତଦନ୍ତ କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.