Below header

ପୁଲଓ୍ଵାମା ଅଓ୍ଵାନ୍ତିପୁରାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ

ଜାମ୍ମୁ କାଶ୍ମୀର: ପୁଣି ଜଣେ ଆତଙ୍କବାଦୀ ମୃତ। ଜାମ୍ମୁ କାଶ୍ମୀର ପୁଲଓ୍ଵାମା ଅଓ୍ଵାନ୍ତିପୁରାରେ ସୁରକ୍ଷା କର୍ମୀ ଓ ଆତଙ୍କାବାଦୀ ମୁହାଁ ମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ ହୋଇଥିବା ସୂଚନା ମିଳିଛି । ଏନେଇ ସେନା ପକ୍ଷରୁ ଅପରେସନ ଜାରି ରହିଛି।

ସୂଚନା ଥାଉକି, ସେଠାରେ ଆତଙ୍କବାଦୀମାନେ ଉପସ୍ଥିତ ଥିବା କଥା ସେମାନଙ୍କୁ ବିଶ୍ବସ୍ତସୂତ୍ରରୁ ଖବର ମିଳିଥିଲା। ପ୍ରଥମେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚଳାଇଥିଲେ । ଅପରପଟେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରରେ ୧୦୯ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇ ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.