ଚୋରା ଚାଲାଣ ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର(କେନ୍ଯୁଜ୍): କରୋନା କଟକଣା କୋହଳ ହେବା ପରେ ଗଂଜେଇ ମାଫିଆଙ୍କ ରାଜୁତି ବଢିଛି। ଅନେକ ସ୍ଥାନରେ ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ ହେଉଛି। ଏଭଳି ଘଟଣା ପୁଣି ଥରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ଦ୍ବାରା ଏକ ହାଇୱା ଗାଡିରେ ଗଞ୍ଜେଇ ଜବତ ହୋଇଛି। ହାଇୱା ଗାଡିରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରୁ ଗଞ୍ଜେଇ ଚାଲାଣ ସମ୍ବଲପୁର ଯାଉଥିବା ସମୟରେ କୌଣସି ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜଗି ରହିଥିଲେ ପାପଡାହାଣ୍ଡି ପୋଲିସ। ଏନେଇ ପୋଲିସ ପ୍ରଥମେ ଡିଅର ପାର୍କ ନିକଟରେ ଗାଡିଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିବା ବେଳେ ଗାଡିଟି ଅଟକି ନଥିଲା।

ganja nabarangapurସୂଚନା ଅନୁଯାୟୀ ପୋଲିସ ଗାଡିର ପିଛା କରି ପାପଡାହାଣ୍ଡି ପୁରୁଣା ଥାନା ସମ୍ମୁଖରେ ଗାଡିଟିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡିରୁ ୩ କ୍ବିଣ୍ଟାଲ ୪୮ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ଯ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏନେଇ ପୋଲିସ ଗାଡି ଡ୍ରାଇଭର ଏବଂ ହେଲପରକୁ ଅଟାକାଇ ପଚାରା ଉଚରା କରିବା ସହ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.