Below header

ସୁନା ପ୍ରେମୀଙ୍କ ପାଇଁ ଖୁସି ଖବର, ୧୦ ଗ୍ରାମ ପ୍ରତି ରହିଛି ଏତିକି ଟଙ୍କା

ଲଗାତାର ଦୁଇ ଦିନ ଧରି ସୁନା ମୂଲ୍ୟ ବଢ଼ିବା ପରେ ଗୁରୁବାର ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ପାଇଥିବା ଜଣାଯାଇଛି ।  ୨୨କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୨୧୦ ଖସି ୪୭୨୧୦ ଟଙ୍କାରେ ପହଁଚିଥିବା ବେଳେ ୨୪  କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୨୧୦ ଟଙ୍କା ଖସି ୪୮,୨୧୦
ଟଙ୍କାରେ ପହଂଚିଛି । ଯେବେକି ବୁଧବାର ସନ୍ଧ୍ୟା ସୁଦ୍ଧା ଏହି ମୂଲ୍ୟ ଯଥାକ୍ରମେ ୪୭,୪୨୦ ଟଙ୍କା ଓ ୪୮,୪୧୦ଟଙ୍କାରେ ସ୍ଥିର ରହିଥିଲା । ସେହିପରି ଭାରତର ଅନ୍ୟ ପ୍ରମୁଖ ସହର ମାନଙ୍କରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏହି ଦର ୨୨ କ୍ୟାରେଟ ଓ ୨୪  କ୍ୟାରେଟ ସୁନା ଦର ଯଥାକ୍ରମେ ୪୭,୨୧୦ ଟଙ୍କା ଓ ୪୮,୨୧୦ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ଏହି ମୂଲ୍ୟ ୪୬,୮୧୦
ଟଙ୍କା ୪୮,୦୭୦ ଟଙ୍କା ରହିଥିବା ରେକର୍ଡ ହୋଇଛି । ଯେବେକି ଚେନ୍ନାଇରେ ଉଭୟ  ୨୨ କ୍ୟାରେଟ ଓ ୨୪  କ୍ୟାରେଟ ସୁନା ଦର ୪୬,୧୭୦ ଟଙ୍କା ଓ ୫୦,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି ।

ଯେବେକି ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାର କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୪୭,୫୬୦ ଟଙ୍କା ଓ ୪୮,୮୫୦ ଟଙ୍କା ରହିଛି । ଅନ୍ୟପକ୍ଷରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ସନ୍ଧ୍ୟା ସୁଦ୍ଧା  ୨୨ କ୍ୟାରେଟ ଓ ୨୪  କ୍ୟାରେଟ ସୁନା ମୂଲ୍ୟ ୪୬,୧୭୦ ଟଙ୍କା ଓ ୫୦,୩୮୦ ଟଙ୍କା ଥିବା ରେକର୍ଡ ହୋଇଛି । ସେପରି ଅନ୍ତରାଷ୍ଟ୍ରୀୟ ବଜାରରେ ବି ସୁନା ମୂଲ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଆଉନ୍ସ ପ୍ରତି ୦.୧୬ ପ୍ରତିଶତ ବା ୨.୮୦ ଡ଼ଲାର ଖସି ୧୭୭୨.୩୦ ଡ଼ଲାରରେ ଟ୍ରେଣ୍ଡ କରୁଥିବା ଜଣାଯାଇଛି । ସୁନା ପରି ରୂପା ମୂଲ୍ୟରେ ବି ବଡ଼ଧରଣର ହ୍ରାସ ଘଟିଛି । କିଲୋଗ୍ରାମ ପ୍ରତି ୧୧୫୦ ଟଙ୍କା ହ୍ରାସ ପାଇ ୪୭,୬୧୦ଟଙ୍କାରେ ପହଂଚିଛି । ଯେବେକି ପୂର୍ବଦିନ ଏହି ମୂଲ୍ୟ ୪୮୬୧୦ଟଙ୍କା ଥିବା ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.