କରୋନା ଚିକିତ୍ସା ପାଇଁ ଔଷଧ ଯୋଗାଣ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ୫ ରାଜ୍ୟକୁ ମିଳିବ ଏହି ମେଡିସିନ୍

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଔଷଧ ଯୋଗାଣ ଆରମ୍ଭ । କରୋନା ଭାଇରସ୍‌ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧ କି ଟିକା ଆସିନଥିଲେ ସୁଦ୍ଧା ୟୁରୋପୀୟ ସ୍ୱାସ୍ଥ୍ୟ ନିୟାମକ ୟୁରୋପୀୟ ମେଡିସିନ୍‌ କମ୍ପାନୀ କୋଭିଡ୍‌ ଚିକିତ୍ସା ପାଇଁ ରେମଡିଭରକୁ ସୁପାରିଶ କରିଛି । ହାଇଦ୍ରାବାଦ ସ୍ଥିତ ପ୍ରମୁଖ ଔଷଧ ନିର୍ମାତା କମ୍ପାନୀ ହେଟେରୋ କରୋନା ସଂକ୍ରମଣ ଚିକିତ୍ସା ପାଇଁ କୋଭିଫର ଔଷଧ ଯୋଗାଣ ଆରମ୍ଭ କରିଛି।

ପ୍ରଥମ କିସ୍ତରେ ଏହି କମ୍ପାନି ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟକୁ ୨୦ ହଜାର ରେମ୍‌ଡେସିଭିର ଔଷଧ ସିସି ପଠାଇଛି। କୋଭିଫର ବ୍ରାଣ୍ଡ୍‌ ନାମ ଅଧୀନରେ ବିକ୍ରି ହେଉଥିବା ଏହି ଔଷଧ ଗୁଜରାଟ ଏବଂ ତାମିଲନାଡୁକୁ ମିଳିବ। ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌କୁ ମଧ୍ୟ ଖୁବ୍‌ଶୀଘ୍ର ଏହି ଔଷଧ ମିଳିବ।

ଏବେ ପ୍ରସ୍ତୁତ ହୋଇଥିବା ୨୦ ହଜାର ୟୁନିଟ୍‌ କୋଭିଫରକୁ ଦୁଇ ଭାଗ କରାଯାଇଛି । ୧୦ ହଜାର ୟୁନିଟ୍‌ ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ଏବଂ ତେଲେଙ୍ଗାନାକୁ ପଠାଯିବ । ଅନ୍ୟ ୧୦ ହଜାର ୟୁନିଟ୍‌କୁ ଏକ ସପ୍ତାହ ମଧ୍ୟରେ ଭୁବନେଶ୍ୱର, କୋଲକାତା, ଇନ୍ଦୋର, ଭୋପାଳ, ଲକ୍ଷ୍ନୋ, ପାଟନା, ରାଞ୍ଚି, ବିଜୟଓ୍ଵାଡା, କୋଚି, ତ୍ରିଭେନ୍ଦ୍ରମ୍‌ ଓ ଗୋଆକୁ ପଠାଯିବ । ଏହି ଔଷଧର ମୂଲ୍ୟ ୫ ହଜାର ୪ ଶହ ଟଙ୍କା ରହିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ୪ ସପ୍ତାହ ମଧ୍ୟରେ ଏକ ଲକ୍ଷ ୟୁନିଟ୍‌ କୋଭିଫର ପ୍ରସ୍ତୁତ କରିବାକୁ କମ୍ପାନୀ ଯୋଜନା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.