ପୁଣିଥରେ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ, ରିପୋର୍ଟ ନେଗେଟିଭ୍‌ ଆସିଥିବା କର୍ମଚାରୀ ହିଁ ବାହୁଡା ଯାତ୍ରାରେ ହେବେ ସାମିଲ

ପୁରୀ(କେନ୍ଯୁଜ୍): କୋରନା ମୁକ୍ତ ହେବ ବାହୁଡା ଯାତ୍ରା। ପୁଣିଥରେ ସମସ୍ତ ସେବାୟତଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ କେବଳ ନେଗେଟିଭ୍‌ ରିପୋର୍ଟ ଆସିଥିବା ସେବାୟତ ହିଁ ବାହୁଡା ଯାତ୍ରାରେ ଭାଗ ନେଇପାରିବେ। ଅନ୍ଯପଟେ ମହାପ୍ରଭୁଙ୍କ ବାହୁଡାଯାତ୍ରା ପାଇଁ ହଜାରେ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଛି। ଏଥିରେ ୭ଶହ ସେବାୟତ ଓ ୩ଶହ କର୍ମଚାରୀ ରହିଛନ୍ତି। ସୂଚନା ମୁତାବକ ଆସନ୍ତା ୬ଦିନ ମଧ୍ୟରେ ୨ଥର କୋଭିଡ ଟେଷ୍ଟ ହେବ। କୋଭିଡ ନେଗେଟିଭ ଥିବା ସେବାୟତ ହିଁ ରଥକୁ ଟାଣିପାରିବେ।

servitorsସେବାୟତଙ୍କ ପାଇଁ ଦୁଇଟି ମେଡିକାଲ କ୍ୟାମ୍ପ ହେବ। ନିଳାଦ୍ରୀ ବିଜେର ୧୦ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ। ରଥ ସହ ସଂପୃକ୍ତ ସମସ୍ତ କର୍ମଚାରୀଙ୍କର ଖୁବ ଶୀଘ୍ର ଟେଷ୍ଟ ହେବ। ବଡ଼ଦାଣ୍ଡ ଓ ଏହାର ସନ୍ନିକଟ ଗଳିକନ୍ଦିକୁ ସାନିଟାଇଜ କରାଯିବ। ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଅନେକ ଥର ଏହାକୁ ସାନିଟାଇଜ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସୁରେଶ ମହାପାତ୍ର କହିଛନ୍ତି। ଅନ୍ଯପଟେ ମହାପ୍ରଭୁଙ୍କ ନୀତିକାନ୍ତି ଓ କୋଭିଡ କଟକଣା ସଂପର୍କରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.