ଗଞ୍ଜାମରେ ଆଉ ନୂଆ ୫୦ ପଜିଟିଭ୍‌ ଚିହ୍ନଟ, ଏମାନଙ୍କ ଭିତରୁ ୧୩ଜଣ କୋଭିଡ୍‌ ଯୋଦ୍ଧା ସାମିଲ୍

ଗଞ୍ଜାମ: ଗଞ୍ଜାମରେ ପୁଣି ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ତେବେ ଏହି ଚିହ୍ନଟଙ୍କ ମଧ୍ୟରେ ୧୩ଜଣ କୋଭିଡ୍‌ ଯୋଦ୍ଧା ଥିବା ଜଣାପଡିଛି। ସମୁଦାୟ ୫୦ ନୂଆ ପଜିଟିଭଙ୍କ ଭିତରୁ ଆସ୍କାରୁ ୮ଜଣ, ବ୍ରହ୍ମପୁର ମ୍ୟୁନିସପାଲଟି କର୍ପୋରସେନରୁ ୩ଜଣ , କବିସୂର୍ଯ୍ୟନଗରରୁ ଜଣେ ଓ କୋଦଳାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି। ଏହି ୫୦ଜଣଙ୍କ ମଧ୍ୟରୁ ୩୩ଜଣ ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ମିଳିଛି।

covid-19 ganjamସୂଚନା ଥାଉକି, ଏମାନଙ୍କ ଭିତରୁ ୪ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩୮କୁ ବୃଦ୍ଧି ପାଇଥିବାବେଳେ, ୮ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ମାହାମାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.