ଭୁଶୁଡିଲା କଶିଆ ମୁହାଣରେ ଥିବା ଜରାଜୀର୍ଣ୍ଣ ସୁଇସ୍ ଗେଟ୍, ପ୍ରଭାବିତ ହେଉଛନ୍ତି ୩ଟି ପଞ୍ଚାୟତର ଲୋକେ

ଗାଁର ଉନ୍ନତି ହେଲେ ଦେଶର ବିକାଶ ହେବ । ଏନେଇ ଯୋଗା ଯୋଗର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ଯ ତିଆରି କରୁଛନ୍ତି ଯୋଜନା ପରେ ଯୋଜନା । ବିଭିନ୍ନ ନଇ, ନାଳ ଉପରେ ତିଆରି କରୁଛନ୍ତି ପୋଲ । ଏହି ପୋଲ ସାହାର୍ଯ୍ୟରେ ଗାଁରାସ୍ତା ସହ ସହର ରାସ୍ତାକୁ ଯୋଡାଯାଉଛି। ଅନ୍ଯପଟେ କେତେକ ସ୍ଥାନରେ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବରୁ ପ୍ରକଳ୍ପ ସୁଫଳ ପହଂଚି ପାରୁନି ଜନସାଧାରଣଙ୍କ ପାଖରେ ।ଏମାନଙ୍କ ପାଇଁ ଯୋଜନା ପାଲଟିଛି ଅପହଂଚ । ସ୍ୱାଧିନତାର ୭୩ବର୍ଷ ପରେ ମଧ୍ୟ ଭଂଗା ପୋଲ ଉପରେ ଚାଲୁଛନ୍ତି ଗ୍ରାମବାସୀ ।

11-ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବହୁ ପୁରାତନ କଶିଆ ସୁଇସ୍ ଗେଟ୍ ଏବେ ଭଗ୍ନ ଅବସ୍ଥାରେ । ଯାହା ଯାତ୍ରୀ ତଥା ସ୍ଥାନୀୟ ଚାଷିଙ୍କ ପାଇଁ ବିପଦ ଆଣିପାରେ । ଗତ ବର୍ଷ ଉକ୍ତ କଶିଆ ସୁଇସ୍ ଗେଟ ପୋଲଟି ମଝିରୁ ଭାଙ୍ଗିଯାଇଥିଲା । ସ୍ଥାନୀୟ ଲୋକେ ଏହି ପୋଲର ନିର୍ମାଣ କରିବା ସହିତ ବାରମ୍ବାର ଉକ୍ତ ପୋଲକୁ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି, ହେଲେ ଅଧିକାରୀମାନେ ଏଯାଏ କର୍ଣ୍ଣପାତ କରିନାହାନ୍ତି । ଏବେ ଏହି ସୁଇସ୍ ଗେଟ୍ ନିକଟ ସମୁଦ୍ର ପାଖ ଗେଟ୍ ଗୁଡିକ ମଧ୍ଯ ଧସି ପଡିଛି । ଆଉ ପୋଲ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ପଡି ରହିଛି ।

ସୂଚନା ମୁତାବକ ଏହି ପୋଲ ପ୍ରାୟ ୬୦ ବର୍ଷ ପର୍ବରୁ ନିର୍ମଣା ହୋଇଥିବା ବେଳେ ଏହା ଉପରେ ୩ଟି ପଂଚାୟତର ଲୋକେ ନିର୍ଭର କରିଥାଆନ୍ତି । ସାନକୃର୍ଷ୍ଣପୁର,ବିବିନଗର ଓ ବିଦେଇପୁର ଆଦି ପଂଚାୟତର ହଜାର ହଜାର ଲୋକେ ସକାଳୁ ସଂନ୍ଧ୍ୟା ଯାଏ ଏହି ପୋଲ ଉପରେ ନିର୍ଭର କରନ୍ତି । ଏହାବ୍ୟତିତ ଉକ୍ତ କଶିଆ ଜେଠିକୁ ପ୍ରତିଦିନ ବାଲେଶ୍ୱର,ଭଦ୍ରକ,ଯା୍ଜପୁର ଆଦି ଜିଲ୍ଲାରୁ ଶତାଧିକ ମାଛ ବ୍ୟବସାୟୀ ମାଛ ନେବାକୁ ଆସିଥାଆନ୍ତି । ଆଉ ଏହି ବ୍ୟବସାୟୀ ମାନେ ମଧ୍ୟ ଏହି ପୋଲ ଉପରେ ନିର୍ଭର କରିଥାଆନ୍ତି ।

basudevpurହଠାତ୍ ଏହି ପୋଲଟିର ବାମ ପାଶ୍ୱର୍ର ସୁଇସ୍ ଗେଟ୍ ଗୁଡିକ ଭାଙ୍ଗି ଖସି ପଡିଛି । ପୋଲର ତଳଭାଗ ଭାଙ୍ଗି ତଡା ତଡା ହୋଇ ଖସୁଛି । ଦିନକୁ ଦିନ ଏହି ପୋଲ ଆହୁରି ବିପଦସଂଙ୍କୁଳ ମୁହାଁ ହେଉଛି । ଏହି ପୋଲକୁ ନେଇ ବାରମ୍ବାର ସ୍ଥାନିୟବାସୀଙ୍କ ସମେତ ମତ୍ସ୍ୟଜିବି ସଂଘ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଲେ ମଧ୍ୟ କେହି ଶୁଣୁନାହାନ୍ତି ।
ଏହି ଘଟଣାରେ ସୁପରଟେଣ୍ଡ ଇଂଞ୍ଜିନିୟ ପିତବାସ ହାଁସଦାଙ୍କୁ ପଚାରିବାରୁ କୌଣସି ପତିକ୍ରିୟା ଦେଇନଥିଲେ । ଅନ୍ଯପଟେ ଖୁବ୍ ଶିଘ୍ର କାମ ହୋଇଯିବ ବୋଲି ବାସୁଦେବପୁର ଅଧିକାରୀ ଶ୍ରୀ ଷଢଙ୍ଗି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.