Below header

ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ଦୁଇ ଛଦ୍ମବେଶୀ ସେବାୟତ ଅଟକ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଭକ୍ତ ପ୍ରବେଶ କରିବା ସମୟରେ ଅଟକ। ସେବାୟତଙ୍କ ବିରୋଧ ପରେ ଦୁଇ ଜଣ ଭକ୍ତଙ୍କୁ ଅଟକ ରଖାଯାଇଛି। ଭକ୍ତ ଦୁଇ ଜଣ ସେବାୟତଙ୍କ ଛଦ୍ମବେଶରେ ମନ୍ଦିରରେ ପ୍ରବେଶ କରିଥିଲେ। ତେବେ ବିରୋଧ ପରେ ଦୁଇ ଜଣଙ୍କୁ ଅଟକ ରଖାଯାଇ କୁମ୍ଭାରପଡା ପୋଲିସ ଜିମା ଦିଆଯାଇଛି।

ଅନ୍ଯପଟେ ଆଡପ ମଣ୍ଡପରେ ଆଜି ଶ୍ରୀଜିଉଙ୍କ ହେବ ବନକ ଲାଗି ନୀତି । ମଧ୍ୟାହ୍ନ ଧୂପ ପରେ ପଛ ଭୋଗ ମଣ୍ଡପରେ ହେବ ଗୁପ୍ତ ନୀତି । ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.