ଆସନ୍ତା ମାସରେ ରିଲିଜ ହେବ ଫିଲ୍ମ “ଦିଲ ବେଚାରା”, କିନ୍ତୁ ଦେଖିବାକୁ ନାହାନ୍ତି ସୁଶାନ୍ତ…

ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ଅତ୍ମହତ୍ୟା ଖବର ଯେମିତି ଦେଶବାସୀଙ୍କୁ ଏକ ପ୍ରକାର ହତବାକ କରିଦେଇଛି । ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ମନରେ ଯେମିତି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ସୁଶାନ୍ତ ଏମିତି କାହିଁକି କଲେ ? ସୁଶାନ୍ତଙ୍କ ଏପରି ଏକ କ୍ରୁର ନିଷ୍ପତ୍ତି ନେବା ପଛର କାରଣ କଣ ? ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ଦିନ ଠାରୁ ହିଁ ବିଭିନ୍ନ ସୋସିଆଲ ମିଡିଆରେ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ଆସୁଛନ୍ତି ମୃତ୍ୟୁକୁ ୧୩ ଦିନ ବିତିଯାଇଥିଲେ ବି ଫ୍ୟାନ୍ସ ମାନଙ୍କ ହୃଦୟରୁ କ୍ଷଣିକ ପାଇଁ ବି ଦୁରେଇ ଯାଇ ନାହାନ୍ତି ସୁଶାନ୍ତ ଏମିତି ଏକ ସମୟରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ “ଦିଲ ବେଚାରା” ଟିମ ଫ୍ୟାନ୍ସ ମାନଙ୍କ ପାଇଁ ଏକ ସରପ୍ରାଇଜ ନେଇ ଆସିଛନ୍ତି ସେମାନେ ଘୋଷଣା କରିଛନ୍ତିକି, ଖୁବ ଶୀଘ୍ର ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ “ଦିଲ ବେଚାରା”କୁ ରିଲିଜ କରାଯିବକହିରଖିବା ଉଚିତ ହେବକି, କାଷ୍ଟିଙ୍ଗ ଡ଼ାଇରେକ୍ଟରରୁ ଫିଲ୍ମ ଡ଼ାଇରେକ୍ଟର ପାଲଟି ଥିବା ମୁକେଶ ଛାବରାଙ୍କ “ଦିଲ ବେଚାରାରେ” ସୁଶାନ୍ତଙ୍କୁ କାଷ୍ଟ କରାଯାଇଥିଲା ଏଥିରେ ତାଙ୍କ ବିପରୀତ ଭୂମିକାରେ ସଞ୍ଜନା ସଂଘୀ ଅଭିନୟ କରିଛନ୍ତି । ଫିଲ୍ମଟିକୁ ଆସନ୍ତା ମାସ ୨୪ ତାରିଖରେ ରିଲିଜ କରାଯିବା ନେଇ ସ୍ଥିର କରିଛନ୍ତି । ଖବର ଅନୁଯାୟୀ ଏହାକୁ OTT ପ୍ଲାଟଫର୍ମରେ ରିଲିଜ କରାଯିବ

dil bechara

ଏହି ଖବରଟି ଘୋଷିତ ହେବା ସହ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ସ୍ପେଶାଲ ଅଫର ବି ଘୋଷଣା କରାଯାଇଛି । ଫିଲ୍ମ ଟିର ପୋଷ୍ଟର ରିଲିଜ କରିବା ସମୟରେ ଡିଜ୍ନି ହଟଷ୍ଟାର ତରଫରୁ ଘୋଷଣା କରାଯାଇଛିକି, ଏହାକୁ ଦେଖିବା ପାଇଁ ଗ୍ରାହକ ମାନଙ୍କୁ କୌଣସି ପ୍ରକାର ସବସ୍କ୍ରିପସନ ଫି ଦେବାକୁ ପଡିବ ନାହିଁ । ସମସ୍ତେ ଏହାକୁ ବିନା କୌଣସି ମୂଲ୍ୟରେ ଦେଖିପାରିବେ । କହିରଖିବା ଉଚିତ ହେବକି, ଗତ କିଛି ମାସ ହେବ କରୋନା ଭାଇରସକୁ ନେଇ ଦେଶବ୍ୟାପୀ ଜାରି ହୋଇଥିବା ଲକ ଡାଉନ କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗଭୀର କ୍ଷତି ସହିବାକୁ ପଡିଛି । ଏହାକୁ ଦୃଷ୍ଟିରେ ରଖି ହିଁ ଅନେକ ବଡ଼ ବ୍ୟାନରର ଫିଲ୍ମ ଗୁଡ଼ିକୁ OTT ପ୍ଲାଟଫର୍ମରେ ହିଁ ରିଲିଜ କରାଯିବା ନେଇ ସ୍ଥିର କରାଯାଇଛି । ଆଗକୁ ଅକ୍ଷୟଙ୍କ ଅଭିନୀତ “ଲକ୍ଷ୍ମୀ ବମ”, ଅଜୟ ଦେବଗନଙ୍କ “ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ” ସମେତ ୮ଟି ବଡ଼ ବ୍ୟାନର ସିନେମା ଡିଜ୍ନି ହଟଷ୍ଟାର ଜରିଆରେ ରିଲିଜ କରାଯିବା ନେଇ ସ୍ଥିର ହୋଇଛି । ଯାହା ଭିତରେ ସୁଶାନ୍ତଙ୍କ “ଦିଲ ବେଚାରା” ସାମିଲ ଅଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.