Below header

ଭାରସାମ୍ଯ ହରାଇ ଓଲଟିଲା ପଥର ବୋଝେଇ ଟ୍ରକ, ଘଟଣାସ୍ଥଳରେ ଶ୍ରମିକ ମୃତ

ଯାଜପୁର(କେନ୍ଯୁଜ୍): ରାତି ଅଧିଆ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ମହଙ୍ଗା ପଡିଛି। ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧୀନ ବନ୍ଦାଲ -ଏଣ୍ଡରପଦା ରାସ୍ତା ଅଭୟପୁର ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିବା ବେଳେ ଟ୍ରକ ଡାଲା ଉପରେ ଥିବା ୪ଜଣ ଶ୍ରମିକଙ୍କ ମଧ୍ୟରୁ ୩ଜଣ ଡେଇଁ ପଡି ରକ୍ଷା ପାଇଯାଇଥିଲେ । ହେଲେ ଜଣେ ଶ୍ରମିକ ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଛି। ମୃତ ଶ୍ରମିକ ସ୍ଥାନୀୟ ସୋଲର ଗ୍ରାମର ଶ୍ରୀକାନ୍ତ ବିଶ୍ଵାଳ ବୋଲି ଜଣାପଡିଛି ।

ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ତେବେ ବେଆଇନ ଭାବେ ମାଙ୍କଡ଼ା ପଥର ଚାଲାଣକାରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.