Below header

ଏବେ ଚୀନକୁ ମୁହଁତୋଡ ଜବାବ ଦେବ ଆମେରିକା, ୟୁରୋପରୁ ସେନା ହଟାଇ ଏସିଆ ମହାଦେଶରେ ମୁତୟନ କରିବାକୁ ନିଷ୍ପତ୍ତି

ନୂଆଦିଲ୍ଲୀ: ଏବେ ଚୀନକୁ ମୁହଁତୋଡ ଜବାବ ଦେବ ଆମେରିକା। ୟୁରୋପରୁ ସେନା ହଟାଇ ଏସିଆ ମହାଦେଶରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା। ଆମେରିକା ଜର୍ମାନୀରେ ମୁତୟନ ଥିବା ୫୨ହଜାର ଆମେରିକୀୟ ସୈନ୍ୟକରୁ ୯ହଜାର ୫୦୦ସୈନ୍ୟକଙ୍କୁ ଏସିଆ ମହାଦେଶରେ ମୁତୟନ କରିବ। ଲଦ୍ଦାଖର ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ଚୀନ୍‌ ମଧ୍ୟରେ ସଂଘର୍ଷ ଲାଗିରହିଥିବା ସମୟରେ ଆମେରିକା ଏହି ପଦକ୍ଷେପ ନେଇଛି।

ବାରତ ଓ ଦକ୍ଷିଣପୂର୍ବ ଏସିଆ ପାଇଁ ଚୀନ୍‌ ବିପଦ। ଏଥିପାଇଁ ଆମେରିକା ଏସିଆ ମହାଦେଶରେ ନିଜର ସୈନିକଙ୍କୁ ମୁତୟନ କରିବ। ଆବଶ୍ୟକ ପଡିଲେ ପିପୁଲ୍ସ ଲିବରେସନ୍‌ ଆର୍ମି ଚୀନ୍‌ ସେନାକୁ ମୁକାବିଲା କରିବ ବୋଲି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି । ଅନ୍ଯପଟେ ଚଳିତ ବର୍ଷ ମେ ଆରମ୍ଭରୁ ଏଲଏସିରେ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ଠୁଳ କରୁଛି ଚୀନ୍‌। ୧୯୯୩ ଚୁକ୍ତିର ଉଲଂଘନ ହୋଇଥିବା ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.