ରାଜ୍ୟରେ କାର୍ଯ୍ୟକାରୀ ହେବ ବିଦ୍ୟାଦାନ କାର୍ଯ୍ୟକ୍ରମ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ବର: ବିଦ୍ୟାଦାନ କାର୍ଯ୍ୟକ୍ରମକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ | ଏହି ପ୍ରକ୍ରିୟା ଜୁଲାଇ ଶେଷ ସୁଦ୍ଧା ଶେଷ କରିବା ପାଇଁ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି | କୋଭିଡ଼ କଟକଣା ଲାଗି ସ୍କୁଲ ବନ୍ଦ ଥିବାରୁ ଇ ଲର୍ଣ୍ଣିଙ୍ଗର ବହୁଳ ବ୍ୟବହାର କରାଯାଉଛି | ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୀକ୍ଷା ଆପ ଛାତ୍ରଛାତ୍ରୀଙ୍କ ବ୍ୟବହାର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି |

ଆଜି ପର୍ଯ୍ୟନ୍ତ ଦୀକ୍ଷା ଆପରେ ଯାହା ବିଷୟବସ୍ତୁ ବା କଣ୍ଟେଣ୍ଟ ଥିଲା ତାହା ସମ୍ପୂର୍ଣ ବିଷୟକୁ କଭର କରିନାହିଁ | ବାକି ରହିଯାଇଥିବା ବିଷୟବସ୍ତୁ ଗୁଡିକୁ ଇ କଣ୍ଟେଣ୍ଟ ଭାବରେ ବିକଶିତ କରିବା ପାଇଁ ଭାରତ ସରକାର ଏକ ନୂତନ ପନ୍ଥା ହାତକୁ ନେଇଛି | ଏହି କାର୍ଯ୍ୟକ୍ରମର ନାମ ହେଉଛି ବିଦ୍ୟାଦାନ କାର୍ଯ୍ୟକ୍ରମ | ଏଥିରେ ଶିକ୍ଷାନୁଷ୍ଠାନ, ଛାତ୍ରଛାତ୍ରୀ, ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ତା ସହ ଜଡିତ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବିଭିନ୍ନ ବିଷୟବସ୍ତୁଗୁଡିକୁ ଡିଜିଟାଲ ଦ୍ୱାରା ବିକଶିତ କରାଇ, ବିଷୟବସ୍ତୁ ଗୁଡିକୁ ଆପରେ ଅପଲୋଡ଼ କରିପାରିବେ |

ଏଥିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇ କଣ୍ଟେଣ୍ଟ ଗୁଡିକୁ ଅପଲୋଡ଼ କରିପାରିବେ | ଏହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଅନୁମୋଦିତ ହେବ | ଏହା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ | ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଯେ କୌଣସି ସ୍ଥାନରେ ଯେ କୌଣସି ସମୟରେ ଏହାକୁ ବ୍ୟବହାର କରି ଅଧ୍ୟୟନ କରିପାରିବେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.