Below header

ଶୌଚ ହେବାକୁ ଯିବାବେଳେ ଦଳିଦେଲା ହାତୀ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ସୁନ୍ଦରଗଡ(କେନ୍ଯୁଜ୍): ପୁଣି ଦେଖାଦେିଛି ହାତୀ ଆତଙ୍କ। ସୁନ୍ଦରଗଡ ହେମଗିର ଫରେଷ୍ଟ ରେଂଜ ଅନ୍ତର୍ଗତ କୋଡବାହାଲ କେନ୍ଦୁଡିହି ଗ୍ରାମ୍ଯ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ। ସୂଚନା ମୁତାବକ କେନ୍ଦୁଡିହି ଗ୍ରାମର ୭୭ ବର୍ଷିଆ ବୃଦ୍ଧା ମିନି ଉର୍ମାଲ ଆଜି ସକାଳା ପ୍ରାୟ ୫ଟା ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ହଠାତ୍ ହାତୀ ହାବୁଡରେ ପଡିଯାଇଥିଲେ। ଘଟଣାସ୍ଥଳରେ ହାତୀଟି ମିନିଙ୍କୁ ଦଳି ଦେଇଥିଲା।

ଗତକାଲି ରାତିରେ ହାତୀଟି କୋଡବାହାଲ ସମେତ ଆଖପାଖ ଗାଁରେ ବୁଲୁଥିଲା। ଏନେଇ ବନବିଭାଗ କର୍ମଚାରୀମାନେ ହାତୀକୁ ଘଉଡାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଆଜି ସକାଳେ ଏଭଳି ଦୁର୍ଘଟଣା ଘଟିଯାଇଛି। ଅନ୍ଯପଟେ ମୃତ ମିନିଙ୍କ ନାତିର ବାହାଘର ପାଇଁ ଆଜି ଘରେ ଖୁସିର ପରରିବେଶ ଥିବା ବେଳେ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.