Below header

ଇଣ୍ଡୋନେସିଆରେ ଆଗ୍ନେୟ ଉଦଗୀରଣ: ପୋଡିଗଲା ହଜାରେରୁ ଅଧିକ ଘର

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ । ଫାଟିଲା ଆଗ୍ନେୟଗିରି । ଆକାଶ ଛୁଇଁଲା ଭଳି ପାଉଁଶ ଉଠିଲା । ଦେଖନ୍ତୁ ଏହି ଦୃଶ୍ୟ । କେତେ ଭୟଙ୍କର । ଦେଖିଲେ ଛାତି ଥରି ଉଠିବ । ଜାଭା ଦ୍ୱୀପର ସେମେରୁ ଆଗ୍ନେୟଗିରିରେ ବିସ୍ଫୋରଣ ହୋଇଛି । ଏହାପରେ ଚାରିଆଡ଼େ ଆଚ୍ଛାଦିତ ହୋଇଛି ପ୍ରଚୁର ପାଉଁଶ ଓ କାଦୁଅ । ପୂର୍ବ ଜାଭାର ଆଗ୍ନେୟଗିରି ଅଞ୍ଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଆଗ୍ନେୟ ଉଦଗୀରଣ ଆଁରେ ଚାଲି ଯାଇଛି ହଜାରେରୁ ଅଧିକ ଘର ଓ ବହୁ ଗାଡ଼ିମୋଟର । ୧୦ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି ।

ଆଗ୍ନେୟଗିରି ଉଦଗୀରଣ ପରେ ଜାପାନରେ ଜାରି ହୋଇଛି ସୁନାମୀ ଆଲର୍ଟ । ଜାପାନର ଦକ୍ଷିଣ ଓକିନାଓ୍ଵା ଓ ୟାୟାମା ଦ୍ୱୀପପୁଞ୍ଜରେ ସୁନାମୀ ଆସିବା ସମ୍ଭାବନା ଦେଖାଦେଇଛି । ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହେବାର ଖବର ମିଳିନାହିଁ । ଶେଷଥର ପାଇଁ ଗତ ବର୍ଷ ଡିସେମ୍ବର ମାସରେ ସେମେରୁରୁ ଅଗ୍ନି ଉଦଗୀରଣ ହୋଇଥିଲା । ଇଣ୍ଡୋନେସିଆ ସରକାର ଏହି ଅଗ୍ନି ଉଦଗୀରଣକୁ ଦୃଷ୍ଟିରେ ରଖି ୪ ନମ୍ବର ସତର୍କତା ଜାରି କରିଛନ୍ତି । ଏହାର ଅର୍ଥ ହୋଉଛି ଲୋକମାନଙ୍କ ଘରଦ୍ବାର ପ୍ରତି ବିପଦ ରହିଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.