ଆଖଣ୍ଡଳମଣୀ ପୀଠରେ ଅନୁଷ୍ଠିତ ହୋଇଛି ସପ୍ତଦିନ ବ୍ୟାପି ଗୀତା ମହାଯଜ୍ଞ

ବୈତରଣୀ ନଦୀ କୂଳରେ ରହିଛି ବାବା ଆଖଣ୍ଡଳମଣୀଙ୍କ ପୀଠ ଆରଡି ଧାମ । ଲୋକ କଥା ଓ କିମ୍ୱଦନ୍ତୀ ଅନୁସାରେ ଏହି ପୀଠର ଇତିହାସ ଓ ପ୍ରସିଦ୍ଧି ଏହାକୁ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି । କେବଳ କିମ୍ୱଦନ୍ତୀ ବା ଇତିହାସ ନୁହେଁ ବରଂ ମନ୍ଦିର କାନ୍ଥରେ ଖୋଦିତ ହୋଇଥିବା ମୁର୍ତ୍ତୀ ସ୍ଥାପତ୍ୟ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର । ଏହି ମନ୍ଦିରର ବେଢା ଓ ପୁଷ୍କରିଣୀରେ ବର୍ଷ ତମାମ ମେଳା, ମହୋତ୍ସବ, ଯାନିଯାତ୍ରା ଲାଗିରହିଥାଏ । ଜାଗର ବା ମହାଶିବରାତ୍ରୀ ହେଉଛି ଏହି ପୀଠର ସର୍ବପ୍ରମୁଖ ମହୋତ୍ସବ ଯେଉଁଥିରେ ରାଜ୍ୟ ତଥା ରାଜ୍ୟବାହାରୁ ଲକ୍ଷାଧିକ ଜନ ସମାଗମ ହୁଏ । ଏଣୁ ଏହି ଆଖଣ୍ଡଳମଣୀ ପୀଠ ଭଦ୍ରକ ଜିଲ୍ଲାର ପର୍ଯ୍ୟଟନର ପ୍ରମୁଖ ଚିତ୍ର ପାଲଟିଛି ।

ଏବେ ଏହି ମନ୍ଦିରରେ ବାବାଙ୍କର ସପ୍ତଦୀନ ବ୍ୟାପି ଗୀତା ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ସପ୍ତଦିନ ବ୍ୟାପି ଗୀତା ମହାଯଜ୍ଞ ଅନୁଷ୍ଠିତ ହେଉଛି । ବିଶ୍ୱର କଲ୍ୟାଣ ଉଦ୍ଦେଶରେ ଏହି ଗୀତା ମହାଯଜ୍ଞ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ମାର୍ଗଶୀର ମାସ ଶୁକପକ୍ଷ ନବମୀ ଠାରୁ ଏହି ଗୀତା ମହାଯଜ୍ଞ ଆରମ୍ଭ ହୋଇ ପୂର୍ଣିମାରେ ଶେଷ ହେବ । ଏହି ଅବସରରେ ପ୍ରତ୍ୟେକ ଦିନ ଆଖଣ୍ଡଳମଣୀଙ୍କ ପାଖରେ ସ୍ୱତନ୍ତ୍ର ନୀତିକାନ୍ତି ଅନ ୁଷ୍ଠିତ ହେଉଛି ।

ତାହାସହ ମନ୍ଦିର ବେଢା ପରିସରରେ ପୂଜା ପାଉଥୁବା ଜଗନ୍ନାଥଙ୍କ ପାଖରେ ପ୍ରତ୍ୟେକ ଦିନ ଗୋ ପୂଜା, ଭୂମି ପୂଜା , ସୂର୍ଯ୍ୟ ପୂଜା ସହ ସମସ୍ତ ଦେବା ଦେବୀଙ୍କ ଉଦ୍ଦେଶ୍ୟରେ ଆହୁତି ପ୍ରଦାନ କରାଯାଉଛି । ତାହାସହ ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ ଭଗବତ ଗୀତା ମହାଯଜ୍ଞ ମଧ୍ୟ କରାଯାଉଛି । ଭକ୍ତମାନେ ବେଶ ଆନନ୍ଦର ସହ ପୂଜାକୁ ଉପଭୋଗ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.