Below header

ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମାରିଦେଲା ସ୍ତ୍ରୀ, ଖାଇବାରେ ଦେଉଥିଲା ସ୍ଲୋ ପଏଜନ

ବିବାହ ଏବେ ଆଉ ଶାଶ୍ୱତ ବା ଚିରନ୍ତନ ହୋଇ ରହିନାହିଁ । ପ୍ରେମ ପାଲଟି ଯାଇଛି ପାପ । ବିବାହ ଅପେକ୍ଷା ବିବାହ ବ୍ୟତିରକ ସମ୍ପର୍କ ବା ଏକ୍ସଟ୍ରା ମାରିଟାଲ ରିଲେସନ ଅଧିକ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇର ସାନ୍ତାକ୍ରୁଜରେ । ଜଣେ ମହିଳା ତାର ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମାରିଦେଇଥିବା ଅଭିଯୋଗ ହୋଇଛି । ତାହା ପୁଣି ସ୍ଲୋ ପଏଜନ ଦେଇ । ଏହି ମାମଲାରେ ପୁଲିସ ଉକ୍ତ ମହିଳା ଓ ତାର ପ୍ରେମିକକୁ ଗିରଫ କରିଥିବା ଜଣାଯାଇଛି ।

ପୋଲିସ ସୂଚନା ଅନୁଯାୟୀ ପତିକୁ ରାସ୍ତାରୁ ହଟାଇବା ପାଇଁ ପତ୍ନୀ ଖାଦ୍ୟରେ ସ୍ଲୋ ପଏଜନ ଦେଉଥିଲା । ଯାହାଫଳରେ ପତିଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ କହିବା ଅନୁଯାୟୀ ମୃତକଙ୍କ ମାଙ୍କର ମୃତ୍ୟୁ ମଧ୍ୟ ଏପରି ଅଚାନକ ହୋଇଥିଲା ।

ବ୍ଲଡ ଟେଷ୍ଟ ରିପୋର୍ଟରୁ ମିଳିଲା ଏପରି ସୂଚନା

ଉକ୍ତ ମହିଳା କବିତା କିଛି ବର୍ଷ ପୂର୍ବେ ପତି କମଳାକାନ୍ତଙ୍କ ଠାରୁ ଅଲଗା ହୋଇଯାଇଥିଲା । ଅଚାନକ କମଳାକାନ୍ତଙ୍କ ପେଟ ଦରଜ ହେବାକୁ ଲାଗିଲା ଓ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଗଲା । ମେଡିକାଲ ଟେଷ୍ଟରୁ କମଳାକାନ୍ତଙ୍କ ବ୍ଲଡରୁ ରାସାୟନିକ ପଦାର୍ଥ ଥିବାର ଦେଖିବାକୁ ମଳିଲା ।

୧୯ ନଭେମ୍ବରରେ କମଳାକାନ୍ତଙ୍କ ମୃତ୍ୟୁ ହୋଇଗଲା । ତଦନ୍ତରୁ କମଳାକାନ୍ତଙ୍କ ଶରୀରରେ ବିଷାକ୍ତ ପଦାର୍ଥ ଥିବା ଜାଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ କବିତା ଓ ତାର ପ୍ରେମିକ ହତ୍ୟାରେ ସାମିଲ ଥିବା ନେଇ ପୋଲିସ ଉଭୟଙ୍କୁ ଗରିଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.