ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିଲା, ସଂସଦରୁ ତାଙ୍କୁ ନିଷ୍କାସିତ କରିବାକୁ ଏଥିକ୍ସ କମିଟି କଲା ସୁପାରିଶ
ଯାଇପାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ। ଲୋକସଭା ଏଥିକ୍ସ କମିଟି ଏଥିପାଇଁ ସୁପାରିଶ କରିଛି। ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଡ୍ରାଫ୍ଟ ରିପୋର୍ଟ ଉପରେ ଆଲୋଚନା ପାଇଁ ଆଜି ଏଥିକ୍ସ କମିଟି ବୈଠକ ବସିବ। ଜାତୀୟ ସୁରକ୍ଷାକୁ ଆଧାର କରି ଏଥିକ୍ସ କମିଟି ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଛି।

ନିଜ ସଂସଦୀୟ ଆକାଉଣ୍ଟ ଲଗଇନ୍ ଡିଟେଲ୍ସ ଅନ୍ୟକୁ ସେୟାର କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି, ଯାହା ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ। ତେଣୁ ଏଥିକ୍ସ କମିଟି ଏହାକୁ ଗୁରୁତ୍ୱର ସହ ନେଇ ମହୁଆଙ୍କ ସାଂସଦ ପଦ ରଦ୍ଦ କରିବାକୁ ସୁପାରିଶ କରିଛି।
ପ୍ରଶ୍ନ ପଚାରିବା ବଦଳରେ ଲାଞ୍ଚ ନେବା ଅଭିଯୋଗ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗତକାଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଥିଲେ ଯେ ମହୁଆଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସେ କହିଥିଲେ, ତାଙ୍କ ଅଭିଯୋଗ ଆଧାରରେ ଲୋକପାଳ ଟିଏମ୍ସି ସାଂସଦଙ୍କ ବିରୋଧରେ ଜାତୀୟ ସୁରକ୍ଷାକୁ ବନ୍ଧକ ରଖି ଭ୍ରଷ୍ଟାଚାର କରିବା ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହୁଆ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ମହୁଆ ମୋଇତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦାନୀ ଗ୍ରୁପକୁ ଟାର୍ଗେଟ କରିବା ପାଇଁ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇଛନ୍ତି। ସେ ଗୁପ୍ତ ସଂସଦୀୟ ଲଗ୍ଇନ୍ ପାସୱାର୍ଡ ଦର୍ଶନ ହିରାନନ୍ଦାନୀଙ୍କ ସହ ସେୟାର କରିଥିଲେ।