ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବ : ୟୁରୋପରେ ୫୦୦ ବର୍ଷର ସବୁଠୁ ବଡ଼ ଜଳ ସଂକଟ, ଚୀନରେ ମଧ୍ୟ ନଦୀ ଶୁଖିବାରୁ ହାହାକାର

ପୁରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଂର ପ୍ରଭାବ ଦେଖା ଗଲାଣି । ୟୁରୋପରେ ସବୁଠୁ ବଡ ଜଳ ସଂକଟ ଦେଖା ଯାଇଛି । ୟୁରୋପରେ ଗତ ୫୦୦ ବର୍ଷ ଭିତରେ ସବୁଠ ବଡ଼ ଜଳ ସଂକଟ ଦେଖାଯାଇଛି । ସେହିପରି ଚୀନରେ ମଧ୍ୟ ୧୪୪ ବର୍ଷର ସବୁଠୁ ବଡ଼ ଜଳ ସଂକଟ ଦେଖା ଦେଇଥିବା ରେକର୍ଡ କରାଯାଇଛି ।

ଗ୍ଲୋବାଲ ଡଟ ଅବଜରଭେସନର ନୂତନ ରିପୋର୍ଟ ଅନୁଯାୟୀ ୟୁରୋପର ୪୭ ପ୍ରତିଶତ ଭାଗ ‘ଓ୍ଵାର୍ଣ୍ଣିଂ ବା ଚେତାବନୀ ’ ଓ ୧୭ ପ୍ରତିଶତ ଭାଗ ‘ଅଲର୍ଟ’ ସ୍ଥିତିରେ ରହିଛି । ଯାହାର ଅର୍ଥ ଏଠାକାର ମାଟି ଶୁଖି ଯାଇଛି । ଏଠାକାର ଜଙ୍ଗଲ ଓ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଛି । ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମ ଭାଗ ନଭେମ୍ବର ଶେଷ ବେଳକୁ ଅତ୍ୟଧିକ ଗରମର ସାମନା କରିବାକୁ ହୋଇପାରେ ।

ଚୀନରେ ମଧ୍ୟ ହା ହା କାର

ସେହିପରି ଚୀନରେ ମଧ୍ୟ ପ୍ରବଳ ଜଳ ସଂକଟର ପ୍ରଭାବ ପଡିଛି । ଗତ ୧୪୪ ବର୍ଷକୁ ଦୃଷ୍ଟି ଦେଲେ ଚଳିତ ବର୍ଷ ଚୀନ ମଧ୍ୟ ସବୁଠୁ ବଡ଼ ଜଳ ସଂକଟ ଦେଇ ଗତି କରୁଛି । ଏଠାକାର ସବୁଠୁ ବଡ଼ ନଦୀ ୟାଙ୍ଗତେଜ୍‌ ସହିତ ୬୬ ନଦି ମଧ୍ୟ ଶୁଖି ଯାଇଛି । ଚୀନରେ ସବୁଠୁ ଅଧିକ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ରେକର୍ଡ କରାଯାଇଛି । ଦକ୍ଷିଣ-ପଶ୍ଚିମ ଚୀନର ୩୪ ପ୍ରାନ୍ତରେ ୬୬ ନଦୀ ତାପମାତ୍ରା ଯୋଗୁ ଶୁଖିଯାଇଛି । ଚୀନର ଲାଇଫ ଲାଇନ କୁହାଯାଉଥିବା ୟାଙ୍ଗତେଜ ନଦୀର ଉପରି ଭାଗର ଜଳ ସ୍ତର ସବୁଠୁ ନିମ୍ନ ଭାଗରେ ପହିଞ୍ଚିଛି । ଏଠାରେ ଲୋକେ ପିଇବା ପାଣି ପାଇଁ କଠିନ ପରିସ୍ଥିତିର ସାମନା କରିବାକୁ ଗଲେଣି ।

ୟୁରୋପର ସ୍ଥିତି ଖରାପ

ରିପୋର୍ଟ ଅନୁସାରେ ଫ୍ରାନ୍ସରେ ବର୍ଷର ପ୍ରାରମ୍ଭରେ ଗମ୍ଭୀର ଜଳ ସଂକଟ ଦେଖା ଦେଇଛି । ୟୁରୋପରେ ହିଟ େଓ୍ଵଭ କାରଣରୁ ଲକ୍ଷ ଲକ୍ଷ ହେକ୍ଟର ଜଙ୍ଗଲ ଶୁଖିଯାଇ ନଷ୍ଟ ହୋଇଗଲାଣି । ଜଳ ଅଭାବରୁ କୃଷି ଉତ୍ପାଦନ ମଧ୍ୟ ହ୍ରାସ ପାଇଛି ।

ନେଦରଲାଣ୍ଡରେ ମଧ୍ୟ ଶୁଖୁଛି ନଦୀ

ଲୋ ଫ୍ଲୋ ଇଣ୍ଡେକ୍ସ ଅନୁଯାୟୀ ଅଗଷ୍ଟର ପ୍ରାରମ୍ଭରେ ପୂର୍ବ ୟୁରୋପ, ଉତ୍ତର ଇଟାଲୀ, ପୂର୍ବ ଫ୍ରାନ୍ସ ଓ ଜର୍ମାନୀରେ ମଧ୍ୟ ଜଳ ସଂକଟ ଦେଖାଦେଇଛି । ଅନ୍ୟ ୟୁରୋପୀୟ ଦେଶରେ ମଧ୍ୟ ଜଳ ସ୍ଥର ହ୍ରାସ ପାଉଛି । ଏହି ସ୍ଥିତି ଲାଗି ରହିଲେ ଆଗାମୀରେ ପରିସ୍ଥିତି ଆହୁରୀ ସଂକଟ ହୋଇପାରେ ।

ତେବେ ଅଗଷ୍ଟରେ ପୂର୍ବ ୟୁରୋପ କିଛି ଭାଗରେ ବର୍ଷା ହେବା ଯୋଗୁ ପରିସ୍ଥିତିରେ ସୁଧାର ଆସିପାରେ । କିଛି ସ୍ଥାନରେ ତୋଫାନ ସମ୍ଭାବନା ଥିବାରୁ ସଂକଟ ଟିକେ କମିପାରେ ବୋଲି ଆଶ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.