କଂଗ୍ରେସ ଛାଡି ବିଜେପିରେ ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ସାବିତ୍ରୀ ଜିନ୍ଦଲ । ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।

ନୂଆଦିଲ୍ଲୀ : କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି ସାବିତ୍ରୀ ଜିନ୍ଦଲ । ହରିଆଣାର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସାବିତ୍ରୀ ଜିନ୍ଦଲ ଆଜି କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଭାରତର ସବୁଠାରୁ ଧନୀ ମହିଳା ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲଙ୍କ ପୁଅ ନବୀନ ଜିନ୍ଦଲ କିଛିଦିନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ କୁରୁକ୍ଷେତ୍ର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଆଜି ସକାଳେ ସେ କଂଗ୍ରେସରୁ ଇସ୍ତଫା ଦେବା ନେଇ ଟ୍ୱିଟ କରି ଜଣାଇଥିଲେ। ବିଜେପିରେ ସାବିତ୍ରୀଙ୍କ ଯୋଗଦାନକୁ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ଚୈନି ସ୍ୱାଗତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.