Below header

ବିଜେପି ପ୍ରାର୍ଥୀ କାହିଁକି ପୋଛିଲେ କାନ୍ଥରେ ଥିବା ଦଳୀୟ ଚିହ୍ନ,କହିଲେ ଏମିତି କଥା

କୋରଳ : ଗୁରୁବାର ଦିନ କେରଳ ଏର୍ଣ୍ଣାକୁଲମର ବିଜେପି ସଂସଦ ପାର୍ଥୀ ତଥା ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ପୂର୍ବତନ ମନ୍ତ୍ରୀ କେଜେ ଆଲଫୋନ୍ସ ନିଜ ହାତରେ କାନ୍ଥରେ ଥିବା ଦଳୀୟ ଚିହ୍ନକୁ ଲିଭାଇଛନ୍ତି । ଏହି ଫଟୋକୁ ଦେଖିଲେ ଲାଗୁଛି ମନ୍ତ୍ରୀ ବୋଧେ ଦଳ ଉପରେ ରାଗି ଏପରି କରୁଛନ୍ତି । କିନ୍ତୁ ଏହା ପଛରେ ଅସଲ କାରଣଟି ହୋଲା ସ୍ବଚ୍ଛ ଭାରତ ଅଭିଜାନ। ଏନେଇ କେନ୍ଦ୍ର ମନ୍ତ୍ରୀ ସବୁ ଯାଗାରୁ ଏଭଳି ଦଳୀୟ ଚିହ୍ନକୁ ନିଜ ହାତରେ ପୋଛିଛନ୍ତି ।swachh bharat of kerala mp after electionକେରଳର ସବୁ ସଂସଦୀୟ କ୍ଷେତ୍ରର ନିର୍ବାଚନ ଶେଷ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରଚାରରେ ବ୍ୟବହାର ହେଇଥିବା ପୋଷ୍ଟର ଓ ଲିଫଲେଟକୁ ଡଷ୍ଟବିନରେ ପକାଇବା ସହ କାନ୍ଥବାଡରେ ଅଙ୍କା ଯାଇଥିବା ସବୁ ଦଳୀୟ ଚିହ୍ନକୁ ଲିଭାଇଛନ୍ତି ମନ୍ତ୍ରୀ ।

ଏହି ପ୍ରସଙ୍ଗରେ କେଜେ ଆଲଫନ୍ସ କହିଛନ୍ତି “କୌଣସି ଦଳୀୟ ପ୍ରାର୍ଥୀଙ୍କ ଅଧିକାର ନାହିଁ କାହାର କାନ୍ଥକୁ ଚିତ୍ର ବିଚିତ୍ର କରି ନଷ୍ଟ କରିବା ପାଇଁ ।ତେଣୁ ନିର୍ବାଚନ ପରେ ଏହାକୁ ସଫା କରିବା ଦରକାର ।ଯେହେତୁ ଅନ୍ୟ ପ୍ରାର୍ଥୀ ମାନେ ଅଲଗା ଦଳର ଚିହ୍ନକୁ ଲିଭାଇବା ଅଶୋଭନୀୟ ହୋଇଥାଏ ତେଣୁ ନିଜ ଦଳର ଚିହ୍ନକୁ ନିଜେ ଲିଭାଇବାକୁ ପଡେ । ଆଉ ଏହି କାର୍ଯ୍ୟକ୍ରମରେ ସମସ୍ତେ ଆଗେଇ ଆସିବାକୁ କେଜେ ଆଲଫନ୍ସ ଅନୁରୋଧ କରିଛନ୍ତି” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.