ମଝିରେ ଆଉ ଗୋଟିଏ ଦିନ : ଚତୁର୍ଥ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରାଇବେ ୪ ମନ୍ତ୍ରୀ, ୨ ରାଜ୍ୟସଭା ସଦସ୍ୟ

ମଝିରେ ଆଉ ଗୋଟିଏ ଦିନ । ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ରହିଛି। ଏଥିସହ ରାଜ୍ୟରେ ସରିବ ମତଦାନ ପକ୍ରିୟା । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପୋଲିଂ ଅଧିକାରୀ ବୁଥରେ ପହଞ୍ଚିଲେଣି। ମୈଦନାରେ ଅଛନ୍ତି ୩୮୮ ଜଣ ପ୍ରାର୍ଥୀ। ଏହି ପର‌୍ୟ୍ୟାୟରେ ମୋଟ୍ ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।

ବୁଥରେ ପୋଲିଂ ଅଧିକାରୀ। ଚତୁର୍ଥ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ। ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ନିଆଯିବ। ମୈଦନାରେ ୩୮୮ ଜଣ ପ୍ରାର୍ଥୀ । ୬ ଲୋକସଭା ଆସନରେ ଲଢୁଛନ୍ତି ୫୨ ଜଣ । ସେହିପରି ୪୧ ବିଧାନସଭା ପାଇଁ ପ୍ରାର୍ଥୀ ଅଛନ୍ତି ୩୩୬ ଜଣ। ମହିଳା ପ୍ରାର୍ଥୀ ସଂଖ୍ୟା ୩୪ ପୁରୁଷ ପ୍ରାର୍ଥୀ ସଂଖ୍ୟା ୩୦୧ । ସହିପରି ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ମଇଦାନରେ ଅଛନ୍ତି । ଚତୁର୍ଥ ପର‌୍ୟ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ ୯୫ ଲକ୍ଷ ୧୪ ହଜାର ୮୮୩ ଭୋଟର । ପୁରୁଷ ଭୋଟର ସଂଖ୍ୟା ୪୯ ଲକ୍ଷ ୮ ହଜାର ୫୭୫ । ମହିଳା ଭୋଟର ସଂଖ୍ୟା ୪୬ ଲକ୍ଷ ୫ ହଜାର ୬୯୪ । ମୋଟ ୧୦ ହଜାର ୭୯୨ ବୁଥରେ ଭୋଟ ଗ୍ରହଣ ହେବ। ପୋଲିଂ ଅଧିକାରୀ ଓ କର୍ମଚାରୀ ନିଜ ନିଜ ବୁଥକୁ ଯାଇଛନ୍ତି।

BJP-Congress-BJD

ଚତୁର୍ଥ ପର‌୍ୟ୍ୟାୟରେ ରାଜ୍ୟର ୮ଟି ଜିଲ୍ଲାରେ ମତଦାନ ହେବ । ମୟୁରଭଞ୍ଜ, ପୁରୀ, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଭୋଟିଂ ହେବ । ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ସେହିପରି ମୟୁରଭଞ୍ଜ ସମେତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବି ପ୍ରସ୍ତୁତି ଶେଷ। ନିଜ ନିଜ ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ। ନିର୍ବାଚନ ଅଧିକାରୀମାନେ ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଦିନେ ପରେ ମତଦାନ। ନିର୍ବାଚନକୁ ସୁରୁଖୁରୁରେ ସାରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ଶୃଙ୍ଖଳିତ ମତଦାନ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.