Below header

ସମୁଦ୍ରକୂଳରୁ ଉଦ୍ଧାର ହେଲା ଅଦ୍ଭୁତ ଜୀବ, ଡଲଫିନ୍‌ ଭଳି ମୁହଁ ଥିବା ବେଳେ ନାହିଁ ଆଖି

ସମୁଦ୍ରରେ ପ୍ରାୟତଃ ବିଭିନ୍ନ ଅଦ୍ଭୁତ ଜୀବଙ୍କୁ ଦେଖିବାକୁ ମିଳିଥାଏ। କାହାର ଆକାର ଅପେକ୍ଷାକୃତ ବଡ଼ ହୋଇଥାଏ ତ ଆଉ କିଏ ପୂରା ଛୋଟ। ଠିକ୍‌ ସେହିଭଳି ଏକ ଅଦ୍ଭୁତ ଜୀବ ମେକ୍ସିକୋର ସମୁଦ୍ରକୂଳରୁ ଉଦ୍ଧାର ହୋଇଛି। କୁହାଯାଉଛି ଯେ ପାଣିରେ ଭାସି ଭାସି ଜୀବଟି ଏଠାକୁ ଆସିଛି। ତେବେ ଜୀବର ଶାରୀରିକ ଗଠନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। କାରଣ ଏହାର ମୁଣ୍ଡ ଡଲଫିନ୍‌ ଭଳି ହୋଇଥିବା ବେଳେ ଲାଞ୍ଜ ବେଙ୍ଗଫୁଲା ଭଳି ଦିଶୁଛି। ସବୁଠାରୁ ବିସ୍ମୟକର କଥା ହେଉଛି ଏହି ଅଦ୍ଭୁତ ଜୀବର ଆଖି ନାହିଁ ଓ ଦାନ୍ତ ଖୁବ୍‌ ତୀକ୍ଷ୍ଣ। କୁହାଯାଉଛି ଯେ ପ୍ରଶାନ୍ତର ଗଭୀର ଜଳ ମଧ୍ୟରୁ ଏହି ଜୀବଟି ଆସିଛି।

weird-eyeless-creature

ସ୍ଥାନୀୟ ଲୋକେ ଜୀବଟିକୁ ଦେଖି ଆଶ୍ଚର୍ଯ୍ୟ ହେବା ସହ ଚିହ୍ନିପାରିନାହାନ୍ତି। ପ୍ରଥମେ ପ୍ରଥମେ ଏହାକୁ ଏକ ମୃତ ଡଲଫିନ୍‌ ବୋଲି ଭାବିଥିବା ବେଳେ ପାଖକୁ ଯିବା ପରେ ଆଉ ଏକ ଜୀବ ବୋଲି ଜଣାପଡ଼ିଥିଲା।

weird-eyeless-creature3

ଏନେଇ ସ୍ଥାନୀୟ ଲୋକ କହିଛନ୍ତି ପ୍ୟୁଟୋ ବାଲାର୍ଟାରେ ଏକ ହଜାର ମିଟରରୁ ଅଧିକ ଗଭୀର ଏକ ସମୁଦ୍ରକ୍ଷେତ୍ର ରହିଛି। ଏହି ଜୀବଟି ସେଠାରୁ ଆସିଥିବା ନେଇ ସେମାନେ ଅନୁମାନ କରୁଛନ୍ତି। ରିପୋର୍ଟ ମୁତାବକ ମିଡିଆରେ ଦେଖାଇବା ପରେ ମଧ୍ୟ କେହି ଏ ଜୀବ ବିଷୟରେ ପତ୍ତା ଲଗାଇପାରିନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.