Below header

ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା, ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଅପିଲ୍‌

ନୂଆଦିଲ୍ଲୀ: ଆଜି ଭାରତ ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନ ଚଳାଇଥିବା ଆନ୍ଦୋଳନକୁ ଆଜି ଚାରି ମାସ ପୂରୁଛି । କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ପ୍ରତିବାଦରେ ଦେଶବ୍ୟାପୀ ବନ୍ଦ ପାଳନ କରୁଛନ୍ତି ଚାଷୀ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ସକାଳ ୬ରୁ ସନ୍ଧ୍ୟା ୬ । ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଅପିଲ୍‌ କରିଛନ୍ତି ।

ବନ୍ଦ ରହିବ ଗାଡ଼ିମୋଟର ଓ ରେଳ ଚଳାଚଳ । ଖୋଲିବନି ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ବଜାର । ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ବିଧାନସଭା ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ବନ୍ଦ ପାଳନ ହେବନି । ଭାରତ ବନ୍ଦକୁ ସଫଳ କରିବା ସହ କୃଷକଙ୍କ ସମ୍ମାନକୁ ବଜାୟ ରଖିବା ପାଇଁ ନିବେଦନ କରିଛି ସଂଯୁକ୍ତ ଭାରତୀୟ କିଷାନ ମୋର୍ଚ୍ଚା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.