ଆଜି ଅଧରାତିରୁ FASTag ବାଧ୍ୟତାମୂଳକ, ନଚେତ ଦେବାକୁ ହେବ ଦୁଇଗୁଣା ଜରିମାନା

ସୋମବାର ଅର୍ଥାତ୍ ଆଜିଠାରୁ ସମଗ୍ର ଦେଶରେ ଫାସଟ୍ଯାଗ୍ ବାଧ୍ୟତାମୂଳକ କରାଯାଇଛି। ଆଜି ଅଧରାତିରୁ ଏହା ଲାଗୁ ହେବାକୁ ଯାଉଛି। ଯଦି ଆପଣ ଫାସଟ୍ଯାଗ୍ କରିନାହାନ୍ତି, ତେବେ ଆଜି ହିଁ କରିନିଅନ୍ତୁ। ନଚେତ ଦେବାକୁ ହେବ ଦୁଇଗୁଣା ଟ୍ଯାକ୍ସ।

ଆପଣ କୌଣସି ଜାଗାକୁ ବିନା ଦ୍ବିଧାରେ ଯିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା କରିବା ଜରୁରୀ। ନଚେତ ୪ ଚକିଆ ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ। ଟୋଲ୍ ପ୍ଲାଜାର ସବୁ ଲେନ୍ ଫାସଟ୍ଯାଗ୍ ଲେନରେ ରୂପାନ୍ତରିତ ହୋଇଯିବ। ଫାସଟ୍ଯାଗ୍ ପାଇଁ ସମୟ ସୀମା ଆଉ ବଢ଼ିବ ନାହିଁ ବୋଲି ଆଜି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ସ୍ପଷ୍ଟ କରିଛନ୍ତି।

କ’ଣ ଏହି ଫାସଟ୍ଯାଗ୍:

ଫାସଟ୍ଯାଗ୍ ହେଉଛି ପ୍ଲାଷ୍ଟିକ୍ ଷ୍ଟିକର୍ ଭଳି ଯାହାକୁ ଗାଡ଼ି ଭିତର ପଟୁ କାଚରେ ଲଗାଇବାକୁ ହେବ। ଫାସଟ୍ଯାଗ୍ ରେଡିଓ ଫ୍ରିକ୍ବେନ୍ସୀ ଆଇଡେଣ୍ଟିଫିକେସନ କିମ୍ବା RFID ଟେକନିକ୍ ଉପରେ କାମ କରିଥାଏ। ସରକାରୀ ଓ ଘରୋଇ ବ୍ୟାଙ୍କରୁ ଅନ୍ଲାଇନରେ ଫାସଟ୍ଯାଗ୍ ମଗାଇ ହେଉଛି। ଏହା ଘରେ ପହଞ୍ଚିବା ପରେ ପଞ୍ଜୀକୃତ ମୋବାଇଲ୍ ନମ୍ବର ଜରିଆରେ ଅତି ସହଜରେ ରିଚାର୍ଜ କରିହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.