Below header

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ପରିଚାଳନା କମିଟି ବୈଠକ, ଐତିହ୍ୟ କରିଡର ଓ ସୁରକ୍ଷା ଜୋନ୍‌ ଯୋଜନାର ଚୂଡାନ୍ତ ପ୍ଲାନକୁ କରାଯିବ ଅନୁମୋଦନ

ପୁରୀ: ଆଜି ବସିବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ । ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ୍‌ ଯୋଜନାର ଚୂଡାନ୍ତ ପ୍ଲାନକୁ ଅନୁମୋଦନ କରାଯିବ ।

କାର୍ଯ୍ୟକାରିତାକୁ ନେଇ ହେବ ସବିଶେଷ ଆଲୋଚନା । ଏହାଛଡା ମହାପ୍ରଭୁଙ୍କ ଜମି ବିକ୍ରୀ ମାମଲା, ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.