ଏଣିକି ଟୋଲ ଗେଟ୍‌ରେ ବାରମ୍ବାର ରହିବାକୁ ପଡିବ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡିବନି, ଡିସେମ୍ବର ୧ରୁ ଲାଗୁ ହେବ ଫାସଟାଗ୍‌ ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ): ଡିସେମ୍ବର ୧ରୁ ସାରା ଦେଶରେ ଲାଗୁ ହେବ ଫାସଟାଗ୍‌ ବ୍ୟବସ୍ଥା। ଦେଶରେ ଥିବା ସମସ୍ତ ୪୫୦ଟି ଟୋଲ ପ୍ଲାଜାରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହାଦ୍ୱାରା ଟୋଲଗେଟରେ କମ ସମୟ, କମ ଅର୍ଥ ଦେବାକୁ ପଡିବ । ଟୋଲ ଗେଟ୍‌ରେ ବାରମ୍ବାର ରହିବାକୁ ପଡିବ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡିବନି । ଯେଉଁ ଗାଡିରେ ଫାସଟାଗ୍‌ ଲାଗିନଥିବ ସେମାନଙ୍କୁ ଦୁଇଗୁଣା ନଗଦ ରାଶି ଦେବାକୁ ପଡିବ । ସମସ୍ତ ବ୍ୟାଙ୍କରେ ଏହି ଫାସଟାଗ୍‌ କାର୍ଡ ଉପଲବ୍ଧ ହେବାକୁ ଯାଉଛି । ଫାସଟାଗ୍‌ ସହ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍‌ ରହିବ । ଟୋଲ ପ୍ଲାଜାରେ ଏଥିପାଇଁ ସ୍ୱତନ୍ତ୍ର ଲେନ୍‌ ରହିବ । ଏଭଳି ବ୍ୟବସ୍ଥାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.