Below header

ଟେଲର୍‌ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଉପରେ ନିର୍ମାଣ ହେବ ଫିଲ୍ମ, ୨୮ରେ ଉଦୟପୁର ଆସିବ ମୁମ୍ବାଇ ପ୍ରଡକ୍ସନ ହାଉସ୍‌ର ଟିମ୍‌

କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଉପରେ ମୁମ୍ବାଇର ଏକ ପ୍ରଡକ୍ସନ ହାଉସ୍‌ ଫିଲ୍ମ ନିର୍ମାଣ କରିବାକୁ ଯାଉଛି। ଏଥିପାଇଁ ତାଙ୍କର ଏକ ଟିମ୍‌ ଜୁନ୍‌ ୨୮ରେ ଉଦୟପୁର ଆସିବ।

ରାଜସ୍ଥାନର ଉଦୟପୁରରେ ୨୦୨୨ ଜୁନ୍‌ ୨୮ରେ ହୋଇଥିଲା ଟେଲର୍‌ କହ୍ନେୟାଲାଲ୍‌ ହତ୍ୟାକାଣ୍ଡ। ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା। ଦୋକାନରେ ପଶି କହ୍ନେୟାଲାଲ୍‌ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଘଟଣାର ଏକ ଲାଇଭ୍‌ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ହୃଦୟ ବିଦାରକ କାଣ୍ଡ ଘଟାଇଥିବା ଦୁଇ ଅଭିଯୁକ୍ତ ଗୋସ୍‌ ମହମ୍ମଦ ଓ ରିୟାଜ ଅତ୍ତାରୀ ଏବେ ଜେଲ୍‌ରେ ଅଛନ୍ତି। ସେପଟେ ଏହି ହତ୍ୟାକାଣ୍ଡ ଉପରେ ଏବେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। କହ୍ନେୟାଲାଲ୍‌ ହତ୍ୟାକାଣ୍ଡ ଉପରେ ମୁମ୍ବାଇର ଏକ ପ୍ରଡକ୍ସନ ହାଉସ୍‌ ଫିଲ୍ମ ତିଆରି କରିବ, ଯେଉଁଥିପାଇଁ ତାଙ୍କର ଏକ ଟିମ୍‌ ଜୁନ୍‌ ୨୮ରେ ଉଦୟପୁର ଆସିବ।

ଦିବଂଗତ କହ୍ନେୟାଲାଲ୍‌ଙ୍କ ବଡ଼ପୁଅ ଗଣମାଧ୍ୟମକୁ କହିଛନ୍ତି ଯେ କିଛି ଦିନ ତଳେ ମୁମ୍ବାଇର ଏକ କମ୍ପାନୀରୁ କଲ୍‌ ଆସିଥିଲା। କଲ୍‌ରେ ନିର୍ଦ୍ଦେଶକ ଅମିତ୍‌ ଜାନୀ କଥା ହୋଇଥିଲେ। ସେ କହିଥିଲେ କି, ଆମେ ଆପଣଙ୍କ ବାପାଙ୍କ ହତ୍ୟାକାଣ୍ଡ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛୁ।

ସେହି ସମୟରେ ମୁଁ ସେମାନଙ୍କୁ ପରିବାର ଲୋକଙ୍କ ସହିତ କଥା ହେବାକୁ କହିଥିଲି। ସେତେବେଳେ ପରିବାର ଲୋକେ ପ୍ରଥମେ ନା କହିଥିଲେ। କିନ୍ତୁ ପରେ କଥାବାର୍ତ୍ତା ହେବା ପରେ ଫିଲ୍ମ ସହ କୌଣସି ସମସ୍ୟା ନ ଥିବା କହି ରାଜି ହୋଇଥିଲେ। ଏବେ ୩ ଦିନ ତଳେ ଆମେ ନିର୍ଦ୍ଦେଶକଙ୍କ ସହିତ କଥା ହୋଇଛୁ। ତାଙ୍କୁ ଫିଲ୍ମ ନିର୍ମାଣ କରିବାକୁ ହଁ କହିଛୁ ବୋଲି କହ୍ନେୟାଲାଲ୍‌ଙ୍କ ବଡ଼ପୁଅ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.