Below header

ସନାତନ ଧର୍ମ ଉପରେ ଟିପ୍ପଣୀ ମାମଲା: ଉଦୟନିଧି ଷ୍ଟାଲିନ୍‌ ଓ ପ୍ରିୟାଙ୍କ ଖର୍‌ଗେଙ୍କ ବିରୋଧରେ ୟୁପିରେ ମାମଲା

ଉତ୍ତର ପ୍ରଦେଶର ରାମପୁରରେ ଉଦୟନିଧି ଷ୍ଟାଲିନ୍‌ ଓ ପ୍ରିୟାଙ୍କ ଖର୍‌ଗେଙ୍କ ବିରୋଧରେ ଦୁଇ ଓକିଲ ସିଭିଲ୍‌ ଲାଇନ କୋତଓ୍ଵାଲିରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ପରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଉତ୍ତର ପ୍ରଦେଶର ରାମପୁରରେ ଉଦୟନିଧି ଷ୍ଟାଲିନ୍‌ ଓ ପ୍ରିୟାଙ୍କ ଖର୍‌ଗେଙ୍କ ବିରୋଧରେ ଦୁଇ ଓକିଲ ସିଭିଲ୍‌ ଲାଇନ କୋତଓ୍ଵାଲିରେ ଏଫ୍‌ଆଇଆର୍‌ ଦାଖଲ କରିଛନ୍ତି। ସନାତନ ଧର୍ମକୁ ନେଇ ବିବାଦୀୟ ଟିପ୍ପଣୀ ପରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଫ୍‌ଆଇଆର୍‌ ଦାଖଲ କରିଥିବା ରାମପୁର ଜିଲ୍ଲାର ଦୁଇ ଓକିଲ ହେଲେ, ରାମ ସିଂ ଲୋଧି ଓ ଗର୍ଷ ଗୁପ୍ତା।

ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧିଙ୍କ ବିରୋଧରେ ଦାଖଲ ଏଫ୍‌ଆଇଆର୍‌କୁ ନେଇ ୟୁପିର ମନ୍ତ୍ରୀ ତଥା ବିଜେପି ନେତା ଅନିଲ୍‌ ରାଜଭର କହିଛନ୍ତି, ‘ଆମ ଦେଶ ଏବଂ ମୋଦି ସରକାର କାହାକୁ ବି ସନାତନ ଧର୍ମର କ୍ଷତି କରିବାକୁ ଦେବେନାହିଁ। ଆମେ ସେହିମାନଙ୍କୁ ସ୍ୱାଗତ ଜଣାଉଛୁ, ଯେଉଁମାନେ ଷ୍ଟାଲିନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଛନ୍ତି’।

କହି ରଖୁଛୁ, ଉଦୟନିଧି ଷ୍ଟାଲିନ ହେଉଛନ୍ତି ତାମିଲନାଡୁ ସିଏମ୍‌ ଏମ୍‌.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ଯୁବ କଲ୍ୟାଣ ଓ କ୍ରୀଡ଼ା ବିକାଶ ମନ୍ତ୍ରୀ। ସେହିପରି ପ୍ରିୟାଙ୍କ ଖର୍‌ଗେ ହେଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେଙ୍କ ପୁଅ ତଥା ତାମିଲନାଡୁ ସରକାରରେ ଗ୍ରାମ ଓ ପଞ୍ଚାୟତିରାଜ ମନ୍ତ୍ରୀ।

ସୂଚନାଥାଉ କି, ଉଦୟନିଧି ଷ୍ଟାଲିନ୍ ଏକ କାର୍ଯ୍ୟକ୍ରମରେ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ। ଉଦୟନିଧି କହିଥିଲେ ଯେ ସନାତନକୁ କେବଳ ବିରୋଧ କରାଯିବା ଉଚିତ୍ ନୁହେଁ, ବରଂ ଏହାକୁ ସମାପ୍ତ କରିଦେବା ହିଁ ଦରକାର। ସନାତନ ଧର୍ମ ସାମାଜିକ ନ୍ୟାୟ ଏବଂ ସମାନତାର ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ତାହାକୁ ଶେଷ କରିଦେବା ହିଁ ଉଚିତ୍। ଆମେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା କରୋନାକୁ ବିରୋଧ କରିପାରିବା ନାହିଁ, ଏହାକୁ ଆମକୁ ଶେଷ କରିବାକୁ ହେବ। ଏହିଭଳି ସନାତନ ଧର୍ମକୁ ମଧ୍ୟ ଆମକୁ ଶେଷ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.