ବିଶ୍ୱକପ ମ୍ୟାଚ୍‌ ଟିକେଟ ଦାମ୍‌ ଆକାଶଛୁଆଁ, ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ର ଟିକେଟ ଦାମ୍‌ ୧୯ ଲକ୍ଷରୁ ଅଧିକ

ଦିନିକିଆ ବିଶ୍ୱକପ ଟିକେଟ ଦର ଆକାଶଛୁଆଁ । Bookmyshow.com ରେ ଭାରତ ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଥିବା ବେଳେ ଗ୍ଲୋବାଲ ଅନଲାଇଟ ଟିକେଟ ବିକ୍ରି ଫ୍ଲାଟଫର୍ମ ଭାଏଗୋଗୋରେ ଏହାର ଦାମ୍‌ ୧୯ ଲକ୍ଷରୁ ଅଧିକ ରହିଛି ।

କ୍ରିକେଟ ଫ୍ୟାନ୍ସ ବିଶ୍ୱକପ ୨୦୨୩ ଖେଳକୁ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ ଭାରତରେ ବିଶ୍ୱକପ ମ୍ୟାଚ୍‌ ଖେଳାଯିବ । ତେଣୁ ହାଇଭୋଲଟେଜ ମ୍ୟାଚ ପାଇଁ ଫ୍ୟାନ୍ସ ରୋମାଞ୍ଚକ ହୋଇ ଟିକେଟ କିଣୁଛନ୍ତି । ହେଲେ ଟିକେଟ ବିକ୍ରିରେ ବଡ ସ୍କାମ ଦେଖିବାକୁ ମିଳିଛି । କିଛି ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ଲକ୍ଷେ ଟଙ୍କାରୁ ଅଧିକ ରହିଛି ।

ଅହମଦାବାଦରେ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ୨୦୨୩ ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ସାଉଥ ପ୍ରମିୟମ ୱେଷ୍ଟ ୱେ ଟିକେଟର ଦାମ୍‌ ୧୯,୫୧,୫୮୦ ଟଙ୍କା ରହିଥିବା ଭାଏଗୋଗୋ ସାଇଟରେ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ ଟିକେଟ ପାଇଁ ୬ ଘଣ୍ଟାରୁ ଅଧିକ ୱେଟିଂ ଲାଇନ ରହିଥିବା ବେଳେ ଅଫିସିଆଲ ଟିକେଟିଂ ପାର୍ଟନରBookmyshow.com ରେ କିଛି ମିନିଟରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ବର୍ତ୍ତମାନ ଟିକେଟ ଥିବା ଏହି ଗୋଟିଏ ସାଇଟରେ ଏତେ ମୂଲ୍ୟ ଦେଖି ତାଜୁବ ହୋଇଯାଇଛନ୍ତି ଗ୍ରାହକ।

ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ପାଇଁ ସମସ୍ତ ଟିକେଟ ବିକ୍ରି ହୋଇସାରିଛି । ଅନ୍ୟ ଦେଶ ତୁଳନାରେ ଟିକେଟ ଦାମ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ପାଇଁ ସାଉଥ ପ୍ରିମିୟମ ୱେଷ୍ଟ ୱେ ପାଇଁ କେବଳ ୬ ହଜାର ଟଙ୍କା ରହିଛି । ଏଠାରେ ୧,୦୦୦, ୧,୫୦୦, ୨,୦୦୦ ଏବଂ ୩,୦୦୦ ଟଙ୍କା ଶସ୍ତାରେ ମଧ୍ୟ ଅପସନ ରହିଛି ।

ସେହିପରି ଏହି ମ୍ୟାଚ୍‌ ପାଇଁ ଭାଏଗୋଗୋରେ ଟିକେଟ ଦାମ୍‌ ୬୬,୦୦୦ରୁ ଆରମ୍ଭ ହୋଇ ୧୯,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାଛଡା ଲକ୍ଷ୍ମୌରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ର ଟିକେଟ ଦାମ୍‌ ୨,୩୪,୬୩୨ ଟଙ୍କା ରହିଛି ।

ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ ପାଇଁ ଶସ୍ତା ଇଷ୍ଟ ଷ୍ଟାଣ୍ଡ ପାଇଁ ଟିକେଟ ଦାମ୍‌ ୩୮,୮୭୭ ଟଙ୍କା ରହିଛି । ଯାହା କ୍ଲାସ ୧ ପାଇଁ ବଢି ୨, ୩୪,୬୨୨ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଚେନ୍ନାଇରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ୍‌ ପାଇଁ ଟିକେଟ ଦାମ୍‌ ୩୧,୩୪୦ରୁ ଆରମ୍ଭ କରି ୯,୩୧, ୨୯୫ ଟଙ୍କା ପର୍ଯ୍ୟନ୍ତ ରହିଛି ।

ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଅକ୍ଟୋବର ୧୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.