Below header

ହାୱଡା ପୋଲ ନିକଟସ୍ଥ ଏକ କେମିକାଲ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

କୋଲକାତା: ଗତକାଲି ବିଳମ୍ବିତ ରାତିରେ ହାୱଡା ପୋଲ ନିକଟରେ ଥିବା ଗୋଟାଏ କେମିକାଲ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୨୦ଟି ଦମକଳ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ଜଣାପଡଇଛି । ଜଗନ୍ନାଥ ଘାଟ ନିକଟରେ ଅବସ୍ଥିତ ଉକ୍ତ ଗୋଦାମଟି ବନ୍ଦ ଥିବା ସମୟରେ ନିଆଁ ଲାଗିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଷ୍ଟ୍ରାଣ୍ଡ୍‌ ବ୍ୟାଙ୍କ୍‌ ରୋଡରେ ଯାନବାହନ ପଥକୁ ପରିବର୍ତ୍ତନ କରାଇ ଦିଆଯାଇଛି। ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ସୂଚନା ମିଳିଛି । ରାତି ପ୍ରାୟ ୨ଟାରେ ଘଟିଥିବା ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କେହି ମୃତାହତ ହୋଇଥିବା ନେଇ କିଛି ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପଶ୍ଚିମବଙ୍ଗ ଅଗ୍ନି ଓ ଜରୁରୀ ସେବା ମନ୍ତ୍ରୀ ସୁଜିତ ବୋଷ ଏବଂ ଅଗ୍ନିଶମ ବିଭାଗର ଡିଜି ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.