ଗ୍ରେଟର ନୋଏଡା: ଥାନା ପରିସରରେ ଫାଟିଲା ଟ୍ରାନ୍ସଫର୍ମର, ଭୀଷଣ ନିଆଁରେ ଜଳି ପାଉଁଶ ହେଲା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି

ଗ୍ରେଟର ନୋଏଡାର କାସନା କୋତଓ୍ଵାଲି ଥାନା ପରିସରରେ ସ୍ଥାପିତ ଏକ ଟ୍ରାନ୍ସଫର୍ମରରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରୁ ନିଆଁ ଲାଗି ସେଠାରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ପାଉଁଶ ହୋଇଯାଇଥିଲା ।

ଗ୍ରେଟର ନୋଏଡାର କାସନା କୋତଓ୍ଵାଲି ଥାନା ପରିସରରେ ସ୍ଥାପିତ ଏକ ଟ୍ରାନ୍ସଫର୍ମରରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରୁ ନିଆଁ ଲାଗି ସେଠାରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ଥାନା ପରିସରରେ ବ୍ୟାପିଯାଇଥିଲା । ଏପରି କି, କୋତଓ୍ଵାଲି ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିଆଁ ସଂସ୍ପର୍ଶରେ ଆସିଯାଇଥିଲା ।

ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଗାଡ଼ି ଏବଂ ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଖାପାଖି ୧ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁ ଥାନା ପରିସରରେ ଥିବା ପାଖାପାଖି ୧୦୦ଟି ଗାଡ଼ି ଜଳି ଛାରଖାର ହୋଇଯାଇଛି ।

ସେପଟେ ନିଆଁ ଲାଗିବା ଯୋଗୁ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା ଆସବାବପତ୍ର ଏବଂ ଦଲିଲଗୁଡ଼ିକ ପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସମସ୍ତ ବରିଷ୍ଠ ଅଧିକାରୀ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଏକ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ଏହି ଅଗ୍ନିକାଣ୍ଡ ଯୋଗୁ ଥାନା ପରିସରରେ ପାର୍କିଂ ହୋଇଥିବା ପ୍ରାୟ ୭୦ରୁ ୮୦ଟି ଜବତ ଗାଡ଼ି, ଅଦରକାରୀ ବାଇକ୍‌, ସରକାରୀ ମୋଟରସାଇକେଲ ଏବଂ ୫ରୁ ୬ଟି ଚାରି ଚକିଆ ଯାନ ଜଳିଯାଇଛି । ସୌଭାଗ୍ୟର କଥା, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ତେବେ ୪ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାରେ ନିୟୋଜିତ ଥିଲେ ।

ପୋଲିସ ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ଏହି ଘଟଣା ଘଟିଥିଲା । ଥାନା ପରିସରରେ ଲାଗିଥିବା ଟ୍ରାନ୍ସଫର୍ମର ହଠାତ୍‌ ପ୍ରଚଣ୍ଡ ଶବ୍ଦ କରି ଫାଟିଥିଲା । ଏଥିରୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା । ଏହି ଟ୍ରାନ୍ସଫର୍ମର ଥାନା ପରିସର ଠାରୁ ମାତ୍ର ୮ ମିଟର ଦୂରରେ ଥିଲା । ତେଣୁ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ନିଆଁ ସଂସ୍ପର୍ଶରେ ଆସିଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.