ଯମୁନାନଗର: କଲେସର ନ୍ୟାସନାଲ୍ ପାର୍କରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ବହୁ ଜୀବଜନ୍ତୁ

ହରିୟାଣା : କଲେସର ନ୍ୟାସନାଲ୍ ପାର୍କରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବହୁ ସଂଖ୍ୟାରେ ଗଛଲତା ଜଳି ପାଉଁଶ ହୋଇଯାଇଛି। ଏହାସହିତ ଅନେକ ଜୀବଜନ୍ତୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । କୁହାଯାଉଛି କି, ଶନିବାର ସଂନ୍ଧ୍ୟାରେ ପାର୍କଟିରେ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଉପରେ କାବୁ କରିବା ପାଇଁ ଫାୟାର ବିଗ୍ରେଡ୍ ଏବଂ ବନ କର୍ମଚାରୀମାନେ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ପାହାଡର ଉପର ମୁଣ୍ଡ ପର୍ଯ୍ୟନ୍ତ ବ୍ୟାପିଥିବା ନିଆଁରେ ପାଖାପାଖି ପାଞ୍ଚ ରୁ ଛଅ ହେକ୍ଟର ଏରିଆ ଜଳିପୋଡି ପାଉଁଶ କରିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.