ଏକ୍ସପ୍ରେସ ୱେରେ ଚଳନ୍ତା ବାଇକରେ ଲାଗିଲା ନିଆଁ , ଦେବଦୂତ ସାଜି ପହଁଚିଲା ପୋଲିସ୍

ଲକ୍ଷ୍ନୋ ଆଗରା ଏକ୍ସପ୍ରେସ୍-ୱେରେ ଏକ ଚଳନ୍ତା ବାଇକରେ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି । ବାଇକଟି କନ୍ନୋଜ ରୁ ମେନପୁର ଯାଉଥିଲା । ତେବେ ସେହି ସମୟରେ ପୋଲିସର ସତର୍କତା ଯୋଗୁଁ ନବଦମ୍ପତ୍ତିଙ୍କ ଜୀବନ ବଞ୍ଚାଯାଇପାରିଥିଲା । ପୋଲିସ୍ ର ଏହି ପଦକ୍ଷପ ପାଇଁ ଚାରିଆଡୁ ପ୍ରଶଂସାର ଛୁଅ ଛୁଟିଛି । ପିଆରବି ୧୬୧୭ ଏକ୍ସପ୍ରେସ୍ ହାଇୱେରେ ନିଜ ନିର୍ଦ୍ଧାରିତ ରୁଟରେ ଥିଲା । ସେତେବେଳେ କେଏମ୍-୧୦୮ ଅନ୍ୟ ପଏଣ୍ଟକୁ ଯାଉଥିଲା । ପଆରବି କର୍ମୀମାନେ ଦେଖିଥିଲେ କି ତାଙ୍କୁ ଏକ ବାଇକ୍ ବହୁ ସ୍ପିଡରେ କ୍ରସ କଲା ଏବଂ ଯେଉଁ ବାଇକଟିରେ ନିଆଁ ଲାଗିଯାଇଥିଲା। ପିଆରବି କର୍ମୀ ତୁରନ୍ତ କିଛି ନଭାବି ଉକ୍ତ ବାଇକଟିର ପିଛା କରିଥିଲେ । ପିଆରବି ଟିମ୍ ବାଇକରେ ଥିବା ଦମ୍ପତ୍ତିଙ୍କୁ ବଞ୍ଚାଇବା ପାଇଁ ଗାଡିକୁ ଅଟକାଇବାକୁ ଯୋରରେ ଚିଲାଇଥିଲେ । ଦମ୍ପତ୍ତିଙ୍କ ସହିତ ଏକ ଛୋଟ ପିଲା ମଧ୍ୟ ବାଇକରେ ଯାତ୍ରା କରୁଥିଲା । ପିଆରବି ଟିମରେ କମାଣ୍ଡର ଓମ୍ ସିଂ,ସବକମାଣ୍ଡର ବିକ୍ରମ ସିଂ ଏବଂ ପାଏଲଟ୍ ଅମିତ ବେସଲା ଥିଲେ । ପୋଲିସର ପାଟି ଶୁଣି ବାଇକ୍ ଚାଳକ ଗାଡି ଅଟକାଇଥିଲେ । ପୋଲିସର ଏହି ସତର୍କତା ପାଇଁ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇପାରିଲା ।

ଦେଖନ୍ତୁ ଭିଡିଓ :

video courtesy :amarujala

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.