ଆମେରିକାର ନେଭାଡା ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସହ ୩ ମୃତ

ଆମେରିକାର ଲସ୍ ଭେଗସ୍‌ସ୍ଥିତ ନେଭାଡା ବିଶ୍ୱବିଦ୍ୟାଳୟରେ ଗୁରୁବାର ଗୁଳିକାଣ୍ଡ ଘଟିଛି। ଏଠାରେ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ରେ ଘଟିଥିବା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଛନ୍ତି।

ଆମେରିକାର ଲସ୍ ଭେଗସ୍‌ସ୍ଥିତ ନେଭାଡା ବିଶ୍ୱବିଦ୍ୟାଳୟରେ ଗୁରୁବାର ଗୁଳିକାଣ୍ଡ ଘଟିଛି। ଏଠାରେ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ୍‌ରେ ଘଟିଥିବା ଗୁଳିକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତି ଏଥିରେ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ଆକ୍ରମଣ ପରେ ସନ୍ଦିଗ୍ଧ ଆକ୍ରମଣକାରୀ ମଧ୍ୟ ପ୍ରାଣ ହରାଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ଲସ୍ ଭେଗସ୍ ମେଟ୍ରୋପଲିଟାନ୍‌ ପୋଲିସ କହିଛି ଯେ ଘଟଣାସ୍ଥଳରେ ଉପସ୍ଥିତ ଅନୁସନ୍ଧାନକାରୀଙ୍କ ମୁତାବକ, ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତେବେ ପୋଲିସ ଏହା ସ୍ପଷ୍ଟ କରିନାହିଁ କି, ସନ୍ଦିଗ୍ଧ ନିଜକୁ ନିଜେ ମାରିଛନ୍ତି ନା ପୋଲିସ ତାଙ୍କୁ ଗୁଳି କରିଛି।

ପ୍ରଶାସନ ତରଫରୁ ବିଶ୍ୱବିଦ୍ୟାଳୟକୁ ଖାଲି କରାଯାଇ ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ପଠାଯାଇଛି। ଏହାପୂର୍ବରୁ ବିଶ୍ୱବିଦ୍ୟାଳୟର ଲି ବିଜନେସ୍ ସ୍କୁଲରେ ମଧ୍ୟ ଗୁଳିକାଣ୍ଡ ଖବର ସାମ୍ନାକୁ ଆସିଥିଲା।

ସକାଳ ୧୧ଟା ୫୪ରେ ବିଶ୍ୱବିଦ୍ୟାଳୟ ତରଫରୁ ଏକ ଜରୁରୀକାଳୀନ ନୋଟିସ୍‌ ଜାରି କରାଯାଇଛି। ନୋଟିସ୍‌ରେ କୁହାଯାଇଛି ଯେ ପୋଲିସ ଗୁଳିକାଣ୍ଡ ପରେ ବିଇଏଚ୍‌କୁ ଖାଲି କରାଇଛି ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଦେଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯିବା ମାତ୍ରେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହି ପରିସ୍ଥିତିର ମୁକାବିଲା କରୁଛି। ସେପଟେ ଛାତ୍ର ସଙ୍ଗଠନ ଭିତରେ ମଧ୍ୟ ଗୁଳି ବିନିମୟର ଖବର ସାମ୍ନାକୁ ଆସିଛି, ଯାହା ପରେ ଲୋକଙ୍କୁ ସ୍ଥାନ ଖାଲି କରିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.