ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ, ରାଷ୍ଟ୍ରପତି ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ହଠାତ୍ ହେଲା ଗୁଳିମାଡ

ଆମେରିକା: ଆମେରିକା ହ୍ଵାଇଟ୍‌ ହାଉସ୍‌ ବାହାରେ ଫାୟାରିଂ । ହେଲେ ସ୍ଥିତି ନିୟନ୍ତ୍ରଣରେ ରହିଛି । ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ଫାୟାରିଂ ହୋଇଥିଲା । ଏହା ପରେ ଟ୍ରମ୍ପଙ୍କୁ ସୁରକ୍ଷିତ ନିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ତେବେ ଫାୟାରିଂ ବେଳେ କିଛି ସମୟ ପାଇଁ ସାମ୍ବାଦିକ ସମ୍ମିଳନୀ ବନ୍ଦ ରହିଥିଲା । ଫାୟାରିଂ ହୋଇଥିବା ଜଣାପଡ଼ିବା ପରେ ସିକ୍ରେଟ୍‌ ସର୍ଭିସ୍‌ ଅଧିକାରୀମାନେ ଗୁଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ କାବୁ କରିନେଇଥିଲେ । ତା ଦେହରେ ମଧ୍ଯ ଗୁଳି ବାଜିଛି, ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.