ଗଡିଲା ପ୍ରଥମ ମିଲ୍କ ଟ୍ରେନ୍‌, ନାଗପୁରରୁ ୪୫ ହଜାର ଲିଟର କ୍ଷୀର ଗଲା ଦିଲ୍ଲୀ

ପ୍ରଥମ ମିଲ୍କ ଟ୍ରେନ୍‌ ନାଗପୁରରୁ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ବାହାରିଛି। ଲକଡାଉନ ସମୟରେ ଦିଲ୍ଲୀରେ କ୍ଷୀରର ଅଭାବ ଦେଖାଦେଉଥିବାରୁ ଏହା ବହୁତ ମାତ୍ରାରେ ଦିଲ୍ଲୀ ବାସୀଙ୍କୁ ସାହାଯ୍ୟ କରିବ। ପ୍ରଥମ ମିଲ୍କ ଟ୍ରେନ୍ ନାଗପୁରରୁ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ବାହାରିଛି। ଟ୍ରେନରେ ୪୫ ହଜାର ଲିଟର କ୍ଷୀର ଆସିଛି।

ସୋସିଆଲ ମିଡ଼ିଆରେ ପ୍ରଥମ ମିଲ୍କ ଟ୍ରେନ ଭିଡିଓ ଭାଇରାଲ ହୋଇଛି। ଏହି କ୍ଷୀର ରାଜଧାନୀ ଦିଲ୍ଲୀରେ ଲକଡାଉନ ସମୟରେ କ୍ଷୀର ସମସ୍ୟା ଦୂର କରିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି। ଫଳରେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ପାଇଁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହିଭଳି ସ୍ଥିତିରେ ଏହି ମିଲ୍କ ଟ୍ରେନ ଲୋକଙ୍କ ପାଇଁ ସାହାଯ୍ୟକାରୀ ପ୍ରମାଣିତ ହେବ।

Leave A Reply

Your email address will not be published.