Below header

ରକ୍ତ ଅଭାବ ଦୂର କରିବା ସହ ମାନସିକ ଶାନ୍ତି ପ୍ରଦାନ କରିଥାଏ ଏହି ନୀଳ ରଙ୍ଗର କଦଳୀ, ଜାଣନ୍ତୁ

ଆପଣ ଆଜି ପର୍ଯ୍ୟନ୍ତ ସବୁଜ ଓ ହଳଦିଆ ରଙ୍ଗର କଦଳୀ ଦେଖିଛନ୍ତି ଆଉ ଖାଇଛନ୍ତି ମଧ୍ୟ । କିନ୍ତୁ ଏହା ବ୍ୟତିତ ଅନ୍ୟ ଏକ ରଙ୍ଗର କଦଳୀ ଏଦୁନିଆରେ ରହିଛି । ଯାହା ନୀଳ ରଙ୍ଗର । ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଏହାର ସ୍ୱାଦ ମଧ୍ୟ ବେଶ ଭଲ । ଏହାର ସ୍ୱାଦ ଭାନିଲା ଆଇସକ୍ରିମ ଭଳି ହୋଇଥାଏ । ଏହାକୁ ସେଥିପାଇଁ ଆଇସକ୍ରିମ କଦଳୀ ବୋଲି ମଧ୍ୟ କୁଯାହାଏ ।

ତେବେ ଏହି କଦଳୀ ମୁଖ୍ୟ ରୂପରେ ଦକ୍ଷିଣ ପୂର୍ବ ଏସିଆରେ ଚାଷ କରାଯାଏ । ହୱାଇ ସଂଯୁକ୍ତ ରାଷ୍ଟ୍ରରେ ଏହା ଖୁବ ଲୋକପ୍ରିୟ ମଧ୍ୟ । ଏହାକୁ ଅନ୍ୟ ଭାଷାରେ ବ୍ଲୁ ଜାଭା କଦଳୀ କୁହାଯାଏ । ଯାହା ୧୫ ରୁ ୨୦ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହି ଗଛର ପତ୍ରର ରଙ୍ଗ ସିଲଭର ଗ୍ରୀନ ରଙ୍ଗର ହୋଇଥାଏ।

ତେବେ ଏହାର ପୋଷ୍ଟ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ପୋଷ୍ଟ ।

 ଏହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଜାଣନ୍ତୁ ଏହାର ଫାଇଦା ।

– ଶରୀରରେ ଆଇରନର ମାତ୍ରାକୁ ଠିକ ରଖିଥାଏ ।

– ଶରୀରରେ ରକ୍ତର ମାତ୍ରାକୁ ନିୟନ୍ତ୍ରିତ ରଖିଥାଏ । ହେମୋଗ୍ଲୋବିନ ସ୍ତର କମିଯାଇଥିଲେ ଏହା ବଢ଼ାଇବାରେ ସହାୟକ ହୁଏ ।

– କଫରୁ ମୁକ୍ତି ଦିଏ । ଏହାକୁ ଭୁସି କିମ୍ବା କ୍ଷୀରରେ ଗ୍ରାଇଣ୍ଡ କରି ମଧ୍ୟ ପିଇ ପାରିବେ ।

– ଏସିଡିଟି ସମସ୍ୟା ଦୂର ହୁଏ ।

– ମାନସିକ ଅଶାନ୍ତିରୁ ମୁକ୍ତି ମିଳେ ।

– ଶରୀରକୁ ଶକ୍ତି ମିଳେ ।

– ଏଥିରେ ଥିବା ଫାଇବର ପାଚନ ଶକ୍ତିକୁ ମଜବୁତ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.