Below header

ନାଗାଲାଣ୍ଡ ରଚିଲା ଇତିହାସ! ରାଜ୍ୟକୁ ୬୦ ବର୍ଷ ପରେ ମିଳିଲା ପ୍ରଥମ ମହିଳା ବିଧାୟକ

ପୂର୍ବ-ଉତ୍ତରର ତିନି ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାର ଫଳାଫଳ ଗୁରୁବାର ଆସିଯାଇଛି। ନାଗାଲାଣ୍ଡରେ ଲୋକମାନେ ଇତିହାସ ସୃଷ୍ଟି କରିଛନ୍ତି। ଏଠାରେ ପ୍ରଥମ ଥର ପାଇଁ କୌଣସି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ନାଗାଲାଣ୍ଡର ୬୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭାରେ ମହିଳାଙ୍କ ପ୍ରବେଶ ହେବାକୁ ଯାଉଛି। ବିଜେପି-ଏନଡିପିପି ମହାଗଠବନ୍ଧନ ପ୍ରାର୍ଥୀ ହେକାନି ଜଖାଲୁ ଦିମାପୁର-୩ରୁ ବିଜୟ ହାସଲ କରିଥିବା ପ୍ରଥମ ମହିଳା। ସେ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ଅଜହେତୋ ଜିମୋମିଙ୍କୁ ୧୫୩୬ ଭୋଟରେ ପରାସ୍ତ କରିଛନ୍ତି।

ହେକାନିଙ୍କ ବ୍ୟତୀତ ଶାସକ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍‌ ପାର୍ଟିର ଆଶାୟୀ ସଲହୌତୁଓନୁଓ କ୍ରୁସ୍ ପଶ୍ଚିମ ଅଙ୍ଗାମି ଏସିରୁ ବିଜୟ ହାସଲ କରିଛନ୍ତି। ସେ ସ୍ୱାଧୀନ ପ୍ରାର୍ଥୀ ନାଖ୍ରୋଙ୍କୁ ମାତ୍ର ୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନ ଜିତିବାରେ ଏ ହେଉଛନ୍ତି ଦ୍ୱିତୀୟ ମହିଳା।

ହେକାନି ଜଖାଲୁ ଆମେରିକାରୁ ଆଇନ ଅଧ୍ୟୟନ କରିଛନ୍ତି। ସେ ବିଗତ ଅନେକ ସମୟ ଧରି ନାଗାଲାଣ୍ଡରେ ସାମାଜିକ କାର୍ଯ୍ୟ କରି ଆସୁଥିଲେ। ସେ ହେଉଛନ୍ତି ୟୁଥ୍‌ନେଟ୍‌ର ପ୍ରତିଷ୍ଠାତା।

ନାଗାଲାଣ୍ଡର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର ୫୯ଟି ଆସନ ପାଇଁ ୧୮୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ। ଏଥିରେ ୪ ଜଣ ମହିଳା ସାମିଲ ହୋଇଥିଲେ। ନାଗାଲାଣ୍ଡରେ ଶାସକ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍‌ ପାର୍ଟି (ଏନଡିପିପି) ଏବଂ ବିଜେପିର ମହାଗଠବନ୍ଧନ ରହିଛି।

ଏନଡିପିପି ୪୦ ଜଣ ପ୍ରାର୍ଥୀ ଏବଂ ବିଜେପି ୨୦ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇଥିଲା। ସେପଟେ ୨୦୦୩ ପର୍ଯ୍ୟନ୍ତ ରାଜ୍ୟରେ ଶାସନ କରିଥିବା କଂଗ୍ରେସ ୨୩ ଜଣ ପ୍ରାର୍ଥୀ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.